ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ବିବାହର ୪ଦିନ ପରେ ନବଦମ୍ପତିଙ୍କ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଉଭୟ ଜୁନ୍‌ ୨୯ରେ ପ୍ରେମ ବିବାହ କରିଥିଲେ ହେଁ ଜୁଲାଇ ତିନି ତାରିଖରେ ଯୁବକଙ୍କ ମୃତଦେହ ରେଳ ଧାରଣରୁ ମିଳିଥିଲା ବେଳେ ଗୋଟିଏ ଦିନ ପରେ ମହିଳା ଫ୍ୟାନ୍‌ରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ଉଭୟଙ୍କ ମୃତ୍ୟୁର କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ପୁଲିସ ଘଟଣାର ତଦନ୍ତରେ ଜାରି ରଖିଛି।

Advertisment

ଏଭଳି ଏକ ଦୁଃଖଦ ଘଟଣା ଗାଜିଆବାଦର କାଭିନଗର ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ବିଶାଲ ନୋଏଡାର ଆଇଟି କମ୍ପାନିର ଏଚଆର ଟିମରେ କାମ କରୁଥିଲେ। ସେ ଗତ ୪ବର୍ଷ ହେବ ନିଶା ନାମକ ଜଣେ ଯୁବତୀଙ୍କୁ ଭଲପାଇ ଆସୁଥିଲେ। ପରିବାର ଲୋକଙ୍କ ସହମତିରେ ଜୁନ୍‌ ୨୯ ତାରିଖରେ କୋଭିଡ ଗାଇଡଲାଇନ୍‌ ନିୟମକୁ ପାଳନ କରି ବିଶାଲ ଓ ନିଶାଙ୍କ ବିବାହ ସମ୍ପୂର୍ଣ୍ଣ ରୀତିନୀତିରେ ସମ୍ପର୍ଣ୍ଣ ହୋଇଥିଲା।

କୁହାଯାଉଛି ଯେ ବିବାହର ୪ ଦିନ ପରେ ବିଶାଲଙ୍କ ମୃତଦେହ ରେଳ ଧାରଣାରୁ ମିଳିଥିଲା। ବିଶାଲଙ୍କ ମୃତ୍ୟୁରେ ପରେ ନିଶା ବି ଫ୍ୟାନ୍‌ରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ନବଦମ୍ପତିଙ୍କ ଏଭଳି ମୃତ୍ୟୁ ଖବର ଶୁଣିବା ପରେ ଉଭୟ ପରିବାର ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଛି।

Murder Case: Latest News, Photos and Videos on Murder Case

ବିଶାଲଙ୍କ ଭାଇ ପ୍ରମୋଦ କହିଛନ୍ତି ଯେ ବିଶାଲ ଏବଂ ନିଶାଙ୍କ ମଧ୍ୟରେ ବନ୍ଧୁତା ଗତ ୪ ବର୍ଷ ଧରି ଥିଲା। ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ। ପରିବାରଲୋକଙ୍କ ସହମତିରେ ଜୁନ୍‌ ୨୯ତାରିଖରେ ଦୁହିଁଙ୍କ ବିବାହ ହୋଇଥିଲା। ବିବାହ ୪ ଦିନ ପରେ ବିଶାଲ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିଲେ ଏବଂ ସକାଳେ ତାଙ୍କ ମୃତଦେହ ରେଳଧାରଣାରେ ପଡ଼ିଥିବା ଖବର ମିଳିଥିଲା।