ଚା’ ବିକାଳି ଦମ୍ପତିଙ୍କ ରାତାରାତି ଧନୀ ହେବାର ଇଚ୍ଛା ଏଭଳି ମହଙ୍ଗା ପଡ଼ିଲା ! ହରାଇ ବସିଲେ ନିଜ ସମସ୍ତ ରୋଜଗାର

ଝାବୁଆ: ଲୋଭ ମନୁଷ୍ୟକୁ ସର୍ବନାଶ କରି ଦିଏ ବୋଲି ଆମେ ଶୁଣି ଆସିଛେ। ଏହାର ବାସ୍ତବିକ ପ୍ରମାଣ ମିଳିଛି। ଉପରୋକ୍ତ ଫଟୋ ଦେଖିବାକୁ ମିଳୁଥିବା ମହିଳା ଓ ପୁରୁଷ ପତି-ପତ୍ନୀ। ଏହି ଦମ୍ପତି ଗୁଜୁରାଟରେ ବସବାସ କରନ୍ତି। ଏହି ସ୍ୱାମୀ-ସ୍ତ୍ରୀ ଦୁହେଁ ରାତା-ରାତି ଧନୀ ହେବାର ସ୍ୱପ୍ନ ଦେଖିଥିଲେ। ଏହି ସ୍ୱପ୍ନ କିନ୍ତୁ ଏମିତି ମହଙ୍ଗା ପଡ଼ିଥିଲା ଯେ, ଏଯାବତ୍‌ ବହୁ କଷ୍ଟରେ, ଚା’ ବିକ୍ରି କରି ରୋଜଗାର କରିଥିବା ସମସ୍ତ ଅର୍ଥ ହରାଇବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ଗୁଜୁରାଟର ଅଣନ୍ଦ ଜିଲ୍ଲାର ବୋରସଡ ଗ୍ରାମରେ ବସବାସ କରୁଥିବା ନଟ୍ଟ ଭାଇ ଓ ଗୀତା ବେନ୍‌ ପରମାରତ ବୋରସଡ ଗ୍ରାମରେ ବସ୍‌ଷ୍ଟାଣ୍ଡରେ ଚା’ ବିକ୍ରି କରୁଥିଲେ। ବହୁ କଷ୍ଟରେ ଅର୍ଥ ରୋଜଗାର କରି ପିଲାଙ୍କ ଲାଳନପୋଷଣ କରୁଥିଲେ। ଦିନେ ତାଙ୍କ ଠେଲାକୁ ଜଣେ ବ୍ୟକ୍ତି ଆସିଥିଲା। ଏବଂ ନଟ୍ଟ ଭାଇ ଓ ଗୀତା ବେନ୍‌ଙ୍କ ସହ ବନ୍ଧୁତା ସ୍ଥାପନ କରିବା ସେ ଘର ନିର୍ମାଣ ସମୟରେ ମାଟି ତଳୁ ସୁନା ପାଇଥିବା କଥା କହିଥିଲେ। ଯାହାକୁ ସେ କମ୍‌ ମୂଲ୍ୟରେ ବିକ୍ରି କରିବାକୁ ଚାହୁଁଛନ୍ତି ।

ନଟ୍ଟ ଭାଇ ଓ ଗୀତା ବେନ୍‌କୁ ଲାଗିଲା କି ସେ କମ୍‌ ମୂଲ୍ୟରେ ସୁନା ପାଇଯିବେ। ଏଥିପାଇଁ ନିଜ ପାଖରେ ଥିବା ସମସ୍ତ ଅଳଙ୍କାର ଓ ସୁନା ବନ୍ଧା ରଖିବା ସହିତ ବିବାହିତ ପୁଅଠାରୁ ଟଙ୍କା ଉଦ୍ଧାର ଆଣି ୫ଲକ୍ଷ ଟଙ୍କା ଯୋଗାଡ କରି ତିନିଟି ସୁନା ବିସ୍କୁଟ ସେହି ବ୍ୟକ୍ତିଙ୍କ ଠାରୁ କିଣିଥିଲେ। ଯାଞ୍ଚ କରିବା ପରେ ଜଣାପଡ଼ିଲା କି ତାହା ନକଲି ସୁନା ବିସ୍କୁଟ। ଏହାପରେ ଅଭିଯୁକ୍ତର କୌଣସି ଖବର ମିଳିଲା ନାହିଁ। ଦମ୍ପତି ବହୁ ଦୁଃଖରେ ପୁଲିସ ଷ୍ଟେସନ୍‌ ଯାଇ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର