ଗୟା: ବିହାରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ ଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୟାର ଏକ ଗ୍ରାମରେ ଏପରି ଦେଖିବାକୁ ମିଳିଛି। ପରକୀୟା ପ୍ରୀତି ପରି ଏପରି ଘଟିଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।
ଏହି ମୃତକ ଦ୍ୱୟ ହେଉଛନ୍ତି କୁନ୍ଦନ ମାଞ୍ଝୀ ଏବଂ ଲାଲତୀ ଦେବୀ। ସେମାନଙ୍କ ମୃତ ହେହ ଗଛରେ ଝୁଲୁଥିବାର ଦେଖି ଗ୍ରାମବାସୀ ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
ତେବେ ପଡ଼ୋଶୀଙ୍କ କହିବା ମୁତାବକ ମୃତ ମହିଳାଙ୍କର ତାଙ୍କ ଠାରୁ ଜଣେ ସାନ ପୁଅ ସହ ଅନୈତିକ ସଂପର୍କ ରହିଥିଲା। ଏହି ସଂପର୍କକୁ ନେଇ ଉଭୟଙ୍କ ଘରେ ବରାବର ଗଣ୍ଡଗୋଳ ଲାଗି ରହୁଥିଲା। ମହିଳା ଜଣକ ବିବାହିତା ହୋଇଥିବା ସତ୍ତ୍ୱେ ବି ଅନ୍ୟ ଜଣେ ପୁରୁଷଙ୍କୁ ପ୍ରେମ କରୁଥିବା କଥାକୁ ସହଜରେ ଗ୍ରହଣ କରି ପାରିନଥିଲେ ଶାଶୂଘର ଲୋକ।
ଏହି ହତ୍ୟା ମହିଳାଙ୍କ ସ୍ୱାମୀ ତାଙ୍କ ସାଙ୍ଗମାନଙ୍କ ସହ ମିଶି କରିଛନ୍ତି ବୋଲି ଅଭିଯୋଗ ହୋଇଛି। ପୁଲିସ୍ ମହିଳାଙ୍କ ସ୍ୱାମୀ ଓ ଶଶୁରଙ୍କୁ ଗିରଫ କରିଛି।