ରେସ୍ତୋରାଁରୁ ୨୦୦ବର୍ଷ ପୁରୁଣା ୪୫ଟି ମଦ ବୋତଲ ଚୋରାଇ ନେଇଗଲେ ପ୍ରେମୀଯୁଗଳ, ଗୋଟିଏ ବୋତଲ ମୂଲ୍ୟ ୩କୋଟି ଟଙ୍କା!

ନୂଆଦିଲ୍ଲୀ: ସ୍ପେନର ଏକ ରେସ୍ତୋରାଁରେ ପୁରୁଣା ମଦର ୪୫ଟି ବୋତଲ ଚୋରି ହୋଇଯାଇଛି। ଏଥିମଧ୍ୟରୁ କିଛି ମଦବୋତଲ ୨୦୦ବର୍ଷରୁ ଅଧିକ ପୁରୁଣା ଥିଲା । ଗୋଟିଏ ବୋତଲ ମୂଲ୍ୟ ଏକକୋଟିରୁ ଅଧିକ ବୋଲି କୁହାଯାଉଛି। ହୋଟେଲ ମାଲିକ ପ୍ରେମୀଯୁଗଳ ମଦ ବୋତଲ ଚୋରି କରିଥିବା ନେଇ ଅଭିଯୋଗ କରିଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, କେସିରସ ସହରର ଏଷ୍ଟ୍ରିଓ ରେସ୍ତୋରାଁରେ ଏହି ଘଟଣା ଘଟିଛି। ଏହି ରେସ୍ତୋରାଁ ନିଜର ଖାଦ୍ୟର ଗୁଣବତ୍ତା ସହିତ ବିଭିନ୍ନ ପ୍ରକାର ମଦର ସଂଗ୍ରହ ପାଇଁ ଚର୍ଚ୍ଚାରେ ରହିଥାଏ। ଗତ କିଛିଦିନ ହେବ ଏହି ରେସ୍ତୋରାଁରୁ ମଦର ପାଖାପାଖି ୪୫ଟି ବୋତଲ ଚୋରି ହୋଇଯାଇଛି। ଏଥିମଧ୍ୟରୁ କିଛି ବୋତଲ ୨୦୦ବର୍ଷ ପୁରୁଣା ଥିଲା। ଚୋରି ହୋଇଥିବା ମଦବୋତଲ ମଧ୍ୟରୁ ଗୋଟିଏ ମଦବୋତଲ ମୂଲ୍ୟ ୩କୋଟି ଟଙ୍କାର ରହିଛି। ଏହି ମଦର ନାମ Chateau d’Yquemବୋଲି କୁହାଯାଉଛି। ଏହି ମଦକୁ ଫ୍ରାନ୍ସର ଜଣେ ସ୍ବତନ୍ତ୍ର ମଦ ପ୍ରସ୍ତୁତକାରୀ ପ୍ରସ୍ତୁତ କରିଥିଲେ। ଏହାକୁ ଲଣ୍ଡନରୁ ୧୦ଲକ୍ଷ ଟଙ୍କା ଦେଇ ନିଲାମରୁ କିଣାଯାଇଥିଲା। କିନ୍ତୁ ରେସ୍ତୋରାଁ ଏହି ମଦର ମୂଲ୍ୟକୁ ୩କୋଟି ଟଙ୍କାରୁ ଅଧିକ ରଖିଥିଲା। ଏହି ମଦ ଚୋରି ହୋଇଯିବା ପରେ ରେସ୍ତୋରାଁକୁ କ୍ଷତି ସହିବାକୁ ପଡ଼ିଛି।

सांकेतिक फोटो (Getty)

ରେସ୍ତୋରାଁ ମାଲିକ ଜୋସ ପୋଲୋ କହିଛନ୍ତି, ରେସ୍ତୋରାଁରେ ଗ୍ରାହକଙ୍କ ଭିଡ ଜମିଥିଲା। ଗ୍ରାହକଙ୍କୁ ନିମନ୍ତ୍ରଣ କରି ବସାଇବା ସହିତ ସେମାନଙ୍କୁ ଖାଦ୍ୟ ପରଷିବାରେ ରେସ୍ତୋରାଁ ସଦସ୍ୟ ବ୍ୟସ୍ତଥିଲେ। ଏହାର ସୁଯୋଗ ନେଇ କପୁଲ ଏହି ମଦ ବୋତଲକୁ ଚୋରି କରି ନେଇଥିଲେ। ଅଭିଯୋଗ ହେବାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର