ମୁମ୍ବାଇ: ମୁମ୍ବାଇର ସବଅର୍ବାନ ମଲାଦଠାରେ ଥିବା ନିଜ ବାସଭବନରେ ଏକ ନବ ବିବାହିତ ଦମ୍ପତି ଫ୍ୟାନ୍ରେ ଓହଳି ଆତ୍ମହତ୍ୟା କରିଥିବା ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି। ଦମ୍ପତି ଦ୍ୱୟ ହେଉଛନ୍ତି ଧନରାଜ ଭୁବନେଶ୍ୱରଲାଲ(୨୪) ଏବଂ କାଜଲ ଧନରାଜ ନାଇ(୧୯)। ମାଲବାନିରେ ଥିବା ନୂଆ କଲେକ୍ଟର କମ୍ପାଉଣ୍ଡ୍ରେ ଶୁକ୍ରବାର ରାତି ପାଖାପାଖି ୧୦ଟା ସମୟରେ ସେମାନେ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି। ଦମ୍ପତି ଏକ ଶାଢ଼ି ବ୍ୟବହାର କରି ଫ୍ୟାନ୍ରେ ଓହଳି ଆତ୍ମହତ୍ୟା କରିଛନ୍ତିି। ଏହି ଘଟଣା ସଂପର୍କରେ ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେବା ପରେ ପୁଲିସ୍ ଆସି ପହଞ୍ଚିଥିଲା। ପୁଲିସ୍ ତତ୍କ୍ଷଣାତ ଦମ୍ପତିଙ୍କୁ ନେଇ ହସ୍ପିଟାଲ୍ରେ ପହଞ୍ଚିଥଲା। ମାତ୍ର ହସ୍ପିଟାଲ୍ରେ ପହଞ୍ଚି ଆଡମିସନ୍ ପୂର୍ବରୁ ହିଁ ଡାକ୍ତର ସେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଛଅ ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଧନରାଜ ଏକ କପଡ଼ା ଦୋକାନରେ କାମ କରୁଥିଲେ।
ବିବାହର ୬ ମାସ ପରେ ଆତ୍ମହତ୍ୟା କଲେ ଦମ୍ପତି
/sambad/media/post_attachments/wp-content/uploads/2017/09/hang-swimmer-mumbai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)