ବାଇକ୍‌ରେ ଏକାଠି ଯାଉଥିବାରୁ ପୁଅ-ଝିଅଙ୍କୁ ଧରି ବାହା କରାଇଦେଲେ ସ୍ଥାନୀୟ ଲୋକେ

ଗୌହ୍ଵାଟୀ: ଆସାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ମଟରସାଇକେଲ୍‌ରେ ଜଣେ ପୁଅ ସହ ଜଣେ ଝିଅକୁ ଏକତ୍ର ଦେଖିବା ପରେ ସ୍ଥାନୀୟ ଲୋକେ ସେମାନଙ୍କ ସହ ଦୁର୍ବ୍ୟବହାର କରିଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ୍‌ ମିିଡିଆରେ ଭାଇରାଲ୍‌ ହୋଇଛି। ଏହି ଘଟଣାରେ ସଂପୃକ୍ତ ଥିବା ୨ ଜଣ ଲୋକଙ୍କୁ ପୁଲିସ୍‌ ଗିରଫ କରିଛି।

ଜୁନ୍‌ ୧୯ ତାରିଖରେ ଆସାମର ରଙ୍ଗଜୁଲି ଅଞ୍ଚଳର ପୁଖୁରପୁର ଗ୍ରାମରେ ଏହି ଯୁଗଳ ଦେଖିବାକୁ ମିଳିଥିଲେ। ସେମାନଙ୍କୁ ଏକାଠି ଗାଡ଼ିରେ ଯାଉଥିବାର ଦେଖି ଗ୍ରାମବାସୀ ସେ ଦୁହିଁଙ୍କୁ ଧରି ନେଇଯାଇ ସେମାନଙ୍କର ଜୋର୍‌ ଜବର୍‌ଦସ୍ତ ବିବାହ କରାଇ ଦେଇଥିଲେ ବୋଲି ପିଡ଼ିତ ଯୁବକଙ୍କ ଭାଇ ବୟାନ ଦେଇଛନ୍ତି।

ଆସାମର ପୁଲିସ୍‌ ଡିଜି କୁଳଧର ସକିଆ ଏ ସଂପର୍କରେ ମତ ରଖିଛନ୍ତି କି, ‘ଏଯାବତ୍‌ ଏ ନେଇ କୌଣସି ମାମଲା ରୁଜୁ ହୋଇନାହିଁ। ପୁଲିସ୍‌ ନିଜେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ହେବା ପରେ ଜଣେ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଶୁକ୍ରବାର ଗିରଫ କରାଯାଇଛି।

ଜାଣିବାକୁ ମିଳିଛି ଯେ ସ୍ଥାନୀୟ ଲୋକେ କେବଳ ସେମାନଙ୍କୁ ବିବାହ କରାଇ ନାହାନ୍ତି, ବରଂ ସେମାନଙ୍କ ସହ ଅସଭ୍ୟ ଆଚରଣ ମଧ୍ୟ କରିଛନ୍ତି। ଉକ୍ତ ପୁଅ-ଝିଅ ଦ୍ୱୟଙ୍କୁ ବାଡ଼ାବାଡ଼ି କରି ଜବର୍‌ଦସ୍ତ ବିଭା ଦେଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର