ପୀଡ଼ିତା ଅଦାଲତରେ କରିଥିଲେ ଦୁଷ୍କର୍ମର ଅଭିଯୋଗ, ହେଲେ ଅଭିଯୁକ୍ତକୁ ଦଣ୍ଡ ନ ଦେଇ ପୀଡ଼ିତାଙ୍କୁ ଦଣ୍ଡ ଦିଆଯିବ ବୋଲି କହିଲେ ବିଚାରପତି, ଜାଣନ୍ତୁ କାହିଁକି?
ନୂଆଦିଲ୍ଲୀ: ଏକ ଦୁଷ୍କର୍ମ ମାମଲାର ବିଚାର କରି ଦିଲ୍ଲୀର ଫାଷ୍ଟ ଟ୍ରାକ୍ କୋର୍ଟ ପୀଡ଼ିତା ମହିଳାଙ୍କ ବିରୋଧରେ ନୋଟିସ ଜାରି କରିଥିବା ଜଣା ପଡ଼ିଛି । ମହିଳା ଜଣଙ୍କ ତାଙ୍କ ସହ ଦୁଷ୍କର୍ମ ହୋଇଛି ବୋଲି ଅଭିଯୋଗ କରିଥିବା ବେଳେ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦଣ୍ଡ ଦେବା ପରିବର୍ତ୍ତେ ପୀଡ଼ିତା ମହିଳାଙ୍କ ବିରୋଧରେ ନୋଟିସ ଜାରି କରିଛନ୍ତି ଅଦାଲତ । ସିସିଟିଭି ଫୁଟେଜ ଦେଖିବା ପରେ ଏପରି ନିଷ୍ପତ୍ତି ନିଆ ଯାଇଛି ବୋଲି ଏହି ମାମଲାର ବିଚାର କରୁଥିବା ବିଚାରପତି କହିଛନ୍ତି ।
ସିସିଟିଭି ଫୁଟେଜ ଦେଖିବା ପରେ ମହିଳା ଜଣଙ୍କ ଅଭିଯୁକ୍ତଙ୍କ ବିରୋଧରେ ମିଛ ଦୁଷ୍କର୍ମ ଆରୋପ ଲାଗାଇଥିବା ଜାଣିବା ପରେ ବିଚାରପତି ଏହି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି । ମହିଳା ତାଙ୍କ ପ୍ରେମିକ ସହ ନିଜ ସହମତିର ଯୌନ ସମ୍ବନ୍ଧ ରଖିଥିଲେ ବୋଲି ସିସିଟିଭିର ଫୁଟେଜରୁ ଜଣା ପଡ଼ିଥିଲା । ପରେ ମିଥ୍ୟା ଅଭିଯୋଗ ଆଗତ କରି ଅଦାଲତର ସମୟ ନଷ୍ଟ କରିଥିବାରୁ ବିଚାରପତି ପୀଡ଼ିତା ମହିଳାଙ୍କୁ ଦଣ୍ଡ ଦେବେ ବୋଲି ନିଷ୍ପତ୍ତି ନେବା ସହ, ମହିଳା ଜଣକ ଦୁଷ୍କର୍ମ ଆରୋପ ଲଗାଇଥିବା ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳା ଅଦଲତରେ ଆଗତ କରିଥିବା ଅଭିଯୋଗରେ କହିଥିଲେ ଯେ, ‘୨୦୦୭ରେ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଏକ ମ୍ୟାଟ୍ରିମୋନି ସାଇଟ୍ରେ ମୁଁ ଜଣେ ଯୁବକଙ୍କୁ ଭେଟିଥିଲି । ଯୁବକ ଜଣଙ୍କ ଏକ ଫ୍ଲାଟ୍ରେ ନିଜ ଝିଅ ସହ ରହୁଥିଲେ । କିଛି ଦିନ କଥା ହେବା ପରେ ମୁଁ ଉକ୍ତ ଯୁବକଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇଥିଲି । ସେ ମୋତେ କଫି ପିଇବାକୁ ଦେବା ସହ ସେଥିରେ କିଛି ନିଶା ମିଶାଇ ଦେଇଥିଲେ । ଯାହା ଫଳରେ ମୁଁ ବେହୋସ ହୋଇ ଯାଇଥିଲି । ଏହା ପରେ ଉକ୍ତ ଯୁବକ ଜଣଙ୍କ ମୋ ସହ ଦୁଷ୍କର୍ମ କରିଥିଲେ।’ କିନ୍ତୁ, ସିସିଟିଭି ଫୁଟେଜ ଦେଖିବା ପରେ ମହିଳାଙ୍କ ସହମତିରେ ସବୁ ହୋଇଥିଲା ବୋଲି ଜଣା ପଡ଼ିଥିଲା ।