ସାବରିମାଲା ପ୍ରସଂଗରେ ପୋଷ୍ଟ୍‍ ଲେଖିବା ମହଙ୍ଗା ପଡ଼ିଲା, ଗୋବର ମାଡ଼ ଖାଇଲେ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ଦ୍ଦେଶକ

ତ୍ରିସୁର: ସାବରିମାଲା ପ୍ରସଂଗରେ ଏକ ପୋଷ୍ଟ୍‌ ଲେଖିବା ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରିୟାନନ୍ଦନଙ୍କୁ ମହଙ୍ଗା ପଡ଼ିଛି। ସେ ଶୁକ୍ରବାର ସୋସିଆଲ୍‌ ମିଡିଆରେ ଲେଖିଥିବା ଏକ ପୋଷ୍ଟ୍‍ ହେତୁ ଦକ୍ଷିଣପନ୍ଥୀ ସଂଗଠନର କର୍ମକର୍ତ୍ତାମାନେ ତାଙ୍କ ଉପରକୁ ଗୋବର ଫୋପାଡ଼ିଥିବା ଅଭିଯୋଗ ହୋଇଛି।

ଏ ସଂପର୍କରେ ଜଣେ ପୁଲିସ୍‌ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଏହି ଘଟଣା ପ୍ରିୟାନନ୍ଦନଙ୍କ ଘର ସମ୍ମୁଖରେ ଘଟିଛି। ତାଙ୍କୁ ମାଡ଼ ମରାଯିବା ସହ ପାଣିରେ ଗୋବର ମିଶାଇ ତାଙ୍କ ଉପରକୁ ଫୋପଡ଼ା ଯାଇଥିଲା। ଏହି ଘଟଣାର ତଦନ୍ତ ପୁଲିସ୍‌ ଆରମ୍ଭ କରିଛି।

ଏ ସଂପର୍କରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜଣାଇଛନ୍ତି ଯେ ‘ସକାଳ ପ୍ରାୟ ୯ଟା ସମୟରେ କେହି ଜଣେ ଲୋକ ମୋ ଘର ସାମ୍ନାରେ ଜଗିକି ଠିଆ ହୋଇଥିଲେ। ମୁଁ ବାହାରକୁ ଯିବା ପରେ ସେ ମୋ ପାଖକୁ ଆସିଲେ। ମୋତେ ବାଡ଼େଇଲେ ଏବଂ ମୋ ଉପରକୁ ଗୋବର ପାଣି ଫେପାଡ଼ିଲେ।’

ସେ ଆହୁରି ବି କହିଛନ୍ତି କି ଏହି ଘଟଣା ପଛରେ କେବଳ ଜଣଙ୍କର ହାତ ନ ଥିଲା। ଅନ୍ୟ କେତେ ଜଣ ବି ଏହି ଘଟଣାରେ ସଂପୃକ୍ତ ଅଛନ୍ତି।

ସମ୍ବନ୍ଧିତ ଖବର