ବାଲିଅନ୍ତା: ଆଜି ପାହାଳ ଫାଣ୍ଡି ଅନ୍ତର୍ଗତ ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ବାଲିଅନ୍ତା ଥାନା ପୁଲିସ ଅତର୍କିତ ଚଢ଼ଉ କରି ଏକ ବେଆଇନ୍ ଗୋରୁ ବୋଝେଇ ଟ୍ରକ(୦୨ ୦୧ କ୍ୟୁ ୫୬୯୬) ଜବତ କରିଛି। ଘଟଣାସ୍ଥଳରୁ ବେଆଇନ୍ ଗୋରୁ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ୩୦ଟି ବଳଦ ଉଦ୍ଧାର କରି ସାକ୍ଷୀଗୋପାଳ ସ୍ଥିତ ସରକାରୀ କାଞ୍ଜିଆହୋଦାରେ ଭର୍ତି କରିଛି। ଗିରଫ ହୋଇଥିବା ଗୋରୁ ଚାଲାଣକାରୀମାନେ ହେଲେ ବେଗୁନିଆ ଥାନା ଅଞ୍ଚଳର କବିର ପ୍ରଧାନ, ସୁଶାନ୍ତ ସେଠୀ (୨୪) ଓ ଶେଖ୍ ଇଜ୍ମାଇଲ (୩୫)। ଆଜି ଅପରାହ୍୍ଣରେ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି।
ବେଆଇନ୍ ଗୋରୁଗାଡ଼ି ଜବତ
୩ ଗିରଫ, ୩୦ ବଳଦ ଉଦ୍ଧାର
/sambad/media/post_attachments/wp-content/uploads/2018/07/arrest-4.jpg)