ଗଣ୍ଡଗୋଳ ମାମଲାରେ ୪ ଗିରଫ

ଖଣ୍ଡଗିରି: ଏକ ଗୋଷ୍ଠୀ ସଂଘର୍ଷ ମାମଲାରେ ସୋମବାର ଖଣ୍ଡଗିରି ଥାନା ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସ୍ଥାନୀୟ ଯଦୁପୁର ଅଞ୍ଚଳର ସେକ୍‌ କଲିମ୍‌(୨୭), ସେକ୍‌ ରୋଷନ୍‌(୨୭) ଏବଂ ସରକନ୍ତରା ଅଞ୍ଚଳର ଚିତ୍ତରଂଜନ ପରିଜା(୧୯) ଓ ଡୁମୁଡୁମା ଅଞ୍ଚଳର ଶାସ୍ୱତ ନାୟକ(୨୫)। ଶନିବାର ରାତିରେ ଏହି ଦୁଇ ଗୋଷ୍ଠୀ ମାର୍‌ପିଟ୍‌ ହୋଇଥିବା ନେଇ ଥାନାରେ ୨ଟି ଅଭିଯୋଗ ହୋଇଥିଲା। ସୂଚନାନୁସାରେ ବାଇକ୍‌ ସାଇଡ୍‌ ମରାକୁ ନେଇ ଏମାନେ ମୁହାଁମୁହିଁ ହୋଇଥିଲେ। ଫଳରେ ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ ଧରଣର ଗୋଷ୍ଠୀ ସଂଘର୍ଷ ହେବା ଆଶଙ୍କା ଉପୁଜିଥିଲା। ମାତ୍ର ଖଣ୍ଡଗିରି ଥାନା ପୁଲିସ ଓ ସ୍ଥାନୀୟ ଭଦ୍ରଲୋକମାନଙ୍କ ହସ୍ତକ୍ଷେପ ଯୋଗୁଁ ଗଣ୍ଡଗୋଳ ବଢ଼ି ପାରି ନଥିଲା। ସୂଚନାଯୋଗ୍ୟ ଯେ ଏହି ଅଞ୍ଚଳରେ କିଛି ଅସାମାଜିକ ତତ୍ତ୍ୱଙ୍କ ପାଇଁ ବହୁ ସମୟରେ ଗୋଷ୍ଠୀ ସଂଘର୍ଷ ଘଟୁଛି। ତେଣୁ ଶାନ୍ତି କମିଟି ଗଣ୍ଡଗୋଳକାରୀମାନଙ୍କୁ ଗିରଫ କରିବା ପାଇଁ ଦାବି କରିଆସୁଛି।

ସମ୍ବନ୍ଧିତ ଖବର