କଟକ : ଓଡିଶା ହୋମ୍ସ ପ୍ରାଇଭେଟ ଲିମିଟେଡ (ଓଏଚ୍ପିଏଲ୍) ସଂସ୍ଥା ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ଜଗତ ଜୀବନ ନାୟକଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ବୁଧବାର ଅନୁମତି ପ୍ରଦାନ କରିଛନ୍ତି। ଜାନୁଆରି ୨ରୁ ତାଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ରିମାଣ୍ଡରେ ନେଇ ୨ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଜାନୁଆରି ୩ରେ ହାଜର କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଜଟଣୀ ତହସିଲ ଅଞ୍ଚଳରେ ଫ୍ଲାଟ ଯୋଗାଇ ଦେବାକୁ କହି ଜମାକାରୀଙ୍କ ନିକଟରୁ ଏହି ସଂସ୍ଥା ୫ କୋଟି ଟଙ୍କା ହଡପ କରିବା ଅଭିଯୋଗ ହେବା ପରେ ୨୦୧୮, ଜାନୁଆରି ୩୦ରେ ଇଓଡବ୍ଲୁ ମାମଲା ରୁଜୁ କରି ଶ୍ରୀ ନାୟକଙ୍କୁ ଅଦାଲତରେ ହାଜର କରିଥିଲା। ସଂସ୍ଥାର ଅର୍ଥ ନୈତିକ କାରବାର ନେଇ ଅଧିକ ପଚରା ଉଚୁରା ଲାଗି ଶ୍ରୀ ନାୟକଙ୍କୁ ୩ ଦିନ ରିମାଣ୍ଡରେ ନେବା ଲାଗି ଇଓଡବ୍ଲୁ ଅଦାଲତରେ ଆବେଦନ କରିଥିଲା। ଆବେଦନର ଶୁଣାଣି କରି ଅଦାଲତ ୨ ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଛନ୍ତି।
ଓଡ଼ିଶା ହୋମ୍ସ ଏମ୍ଡିଙ୍କୁ ଦୁଇ ଦିନ ରିମାଣ୍ଡରେ ନେବ କ୍ରାଇମ୍ବ୍ରାଞ୍ଚ
/sambad/media/post_attachments/wp-content/uploads/2018/02/orissa-homes-pvt-ltd-2705.jpg)