ଅପରାଧ ଡାଏରୀ: ଚର୍ଚ୍ଚାରେ ଦୁଷ୍କର୍ମ ପୀଡ଼ିତାଙ୍କୁ ଛୁରାମାଡ଼ ଓ ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ

ଭୁବନେଶ୍ବର: କ୍ୟାପିଟାଲ ଥାନାର ନିଲମ୍ବିତ ସବ୍‌ଇନ୍ସପେକ୍ଟର ରାକେଶ ସାମଲଙ୍କ ବିରୋଧରେ ଦୁଷ୍କର୍ମ, ଗର୍ଭପାତ, ଠକେଇ ଅଭିଯୋଗ ଆଣିଥିବା ଯୁବତୀଙ୍କୁ ଛୁରାମାଡ଼ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଗଲା। ଗତ ୧୭ତାରିଖରେ ସେ ଡମଣା ନିକଟରେ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଦୁଇ ଦୁର୍ବୃତ୍ତ ବାଇକ୍‌ରେ ଆସି ଛୁରାମାଡ଼ କରିଥିବା ଅଭିଯୋଗ କରିଥିଲେ ଯୁବତୀ। ବଡ଼ କଥା ହେଲା, ରାକେଶଙ୍କ ବିରୋଧରେ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିନେବାକୁ କହି ଦୁଇ ଦୁର୍ବୃତ୍ତ ଛୁରାମାଡ଼ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି।

ଏନେଇ ଚନ୍ଦ୍ରଶେଖରପୁର ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି। ଘଟଣାକୁ ୭ଦିନ ବିତି ଯାଇଥିଲେ ବି ପୁଲିସ କୌଣସି ନିର୍ଯାସରେ ପହଞ୍ଚି ପାରିନାହିଁ। ଅନ୍ୟ ଏକ ଘଟଣାକ୍ରମରେ ନୂଆପଲ୍ଲୀରେ ଜଣେ ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ ଆତଙ୍କ ଖେଳାଇଥିଲା। ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ନୟାପଲ୍ଲୀ ଅଞ୍ଚଳ‌ରେ ଏକ ବେକେରି ସପ୍‌ରେ କାମ କରୁଥିବା ଯୁବତୀ ଓ କର୍ମଚାରୀଙ୍କୁ ଛୁରାମାଡ଼ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଗତ ୨୧ ତାରିଖରେ ଘଟିଥିବା ଏହି ଘଟଣାରେ ନୂଆପଲ୍ଲୀ ପୁଲିସ ଅଭିଯୁକ୍ତ କେଦାର ବାରିକକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର