ଚନ୍ଦ୍ରଶେଖରପୁର : ଆଜି ବିଳମ୍ବିତ ରାତିରେ ଡମଣା ଛକରୁ ଜଣେ କୁଖ୍ୟାତ ଅପରାଧୀକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫ କରିଛି। ତା’ ନାମ ସାଗର ପରିଡ଼ା। ତାକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଚଳାଇଛି। ଡମଣା ଅଞ୍ଚଳରେ ବିଭିନ୍ନ ବ୍ୟବସାୟୀମାନଙ୍କଠାରୁ ବଟି ଆଦାୟ କରୁଥିବା ନେଇ ତା’ ନାମରେ ପୂର୍ବରୁ ଥାନାରେ ଅଭିଯୋଗ ରହିଛି। ଏହା ବ୍ୟତୀତ ଅନେକ ସଂଗିନ୍ ମାମଲାରେ ସେ ସମ୍ପୃକ୍ତ ଥିବା ଥାନା ଅଇଆଇସି ବିଶ୍ବରଂଜନ ନାୟକ କହିଛନ୍ତି।
ଆଜି ଡ଼ମଣା ଛକରେ ଥିବା ମଦ ଦୋକାନର ମାଲିକଙ୍କୁ ସାଗର ବଟି ମାଗୁଥିଲା। ବଟି ଟଙ୍କା ନ ମିଳିବାରୁ ସେ ସେଠାରେ ଗଣ୍ଡଗୋଳ କରିଥିଲା। ଏହି ସୂଚନା ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାସ୍ଥଳରୁ ତାକୁ ଗିରଫ କରିଥିଲା। ଆସନ୍ତାକାଲି ତାକୁ କୋର୍ଟ ଚାଲଣ କରାଯିବ ବୋଲି ପୁଲିସ୍ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/arrest-aajtak-1.jpg)