ଧଉଳି: ଆଜି ଅପରାହ୍ଣ ପ୍ରାୟ ୪ଟା ସମୟରେ ବାଙ୍କୁଆଳଗ୍ରାମ ସ୍ଥିତ ନିଛାଟିଆ ରାସ୍ତାରେ ୩ଜଣ ଯୁବକ ପଲସରରେ ଯାଉଥିବା ଅନ୍ୟ ଦୁଇଜଣ ଯୁବକଙ୍କୁ ଅଟକାଇ ମାଡ଼ମାରିବା ସହ ଗାଡ଼ି ଛଡ଼ାଇ ନେଇଛନ୍ତି । ବିପରୀତ ଦିଗରୁ ସ୍କୁଟିରେ ଆସିଥିବା ୩ ଯୁବକଙ୍କ ମଧ୍ୟରୁ ଜଣେ ଲୁଟ୍ ବାଇକ୍ଟିକୁ ଧରି ପୁରୀ ଅଭିମୁଖେ ଖସି ପଳାଇଥିଲା । ହେଲେ ଦ୍ରୁତ ବେଗରେ ଯାଉଥିବା ଏହି ଲୁଟେରା ଜଣକ ଉତ୍ତରାଛକ ନିକଟରେ ଭାରସାମ୍ୟ ହରାଇ ଏକ ନୂଆ ନମ୍ବରବିହୀନ କାର୍ ପଛରେ ପିଟି ହୋଇଯାଇଥିଲା । କିନ୍ତୁ ସୌଭାଗ୍ୟବଶତଃ ସେ ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲା । ଖଣ୍ଡିଆଖାବରା ହୋଇ ତଳୁ ଉଠିପଡ଼ି ପୁଣି ଯୁବକ ଜଣକ ଘଟଣାସ୍ଥଳରୁ ଉକ୍ତ ବାଇକ୍ ନେଇ ଚମ୍ପଟ ମାରିଥିଲା । ଏଣେ ଲୁଟ୍ର ଶିକାର ହୋଇଥିବା ଯୁବକ ଦ୍ୱୟ ପିଛା କରି ଉତ୍ତରା ଛକରେ ପହଞ୍ଚିଥିଲେ। ଶେଷରେ ସେମାନେ ନିରାଶ ହୋଇ ଉତ୍ତରା ଫାଣ୍ଡିକୁ ବାଇକ୍ ଲୁଟ୍ ସଂପର୍କରେ ଅଭିଯୋଗ କରିବାକୁ ଯାଇଥିଲେ । ହେଲେ ଲୁଟ୍ ଘଟଣା ସହିଦନଗର ଥାନା ସୀମା ପରିସରଭୁକ୍ତ ଅଞ୍ଚଳରେ ହୋଇଥିବାରୁ ଫାଣ୍ଡି ଅଧିକାରୀ ତାଙ୍କୁ ସେଠାରେ ଅଭିଯୋଗ କରିବାକୁ କହି ନିଜ ଉପରୁ ଦାୟିତ୍ୱ ଖସାଇ ଦେଇଥିଲେ। ଶେଷ ଖବର ମୁତାବକ ଏହି ବାଇକ୍ ଲୁଟ୍ ସଂକ୍ରାନ୍ତରେ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ସେଠାରେ ଏକ ମାମଲା ବି ରୁଜୁ ହୋଇଥିବା ଉତ୍ତରା ଫାଣ୍ଡିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଉକ୍ତ ଘଟଣା ଆଜି ଏଠାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।
ଦୁଇ ଯୁବକଙ୍କୁ ମାଡ଼ ମାରି ବାଇକ୍ ଛଡ଼ାଇନେଲେ ୩ ଦୁର୍ବୃତ୍ତ
/sambad/media/post_attachments/wp-content/uploads/2018/01/loot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)