ଡୁମୁଡୁମା ସତ୍ୟନଗର ବସ୍ତିରେ ମାରଣାସ୍ତ୍ର ବୁଲାଇ ଆତଙ୍କ ଖେଳାଇ ବିକା ଗିରଫ

ଖଣ୍ଡଗିରି : ଡୁମୁଡୁମା ସତ୍ୟନଗର ବସ୍ତିରେ ମାରଣାସ୍ତ୍ର ବୁଲାଇ ଆତଙ୍କ ଖେଳାଇବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ବିକ୍ରମ ଦାସ ଓରଫ୍ ବିକା(୨୦)କୁ ଗିରଫ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ସୂଚନାନୁସାରେ ଗତକାଲି ସକାଳେ ବିକା ସତ୍ୟନଗର ବସ୍ତିରେ ବୁଲି ବୁଲି ଗାଳିମନ୍ଦ କରି ‌ହଙ୍ଗାମା ସୃଷ୍ଟି କରିବାରୁ କିଛି ଲୋକ ତାକୁ ପ୍ରତିରୋଧ କରିଥି‌ଲେ। ତେଣୁ ସେ ଫେରି ଯାଇଥିଲା ଓ କିଛି ସମୟ ପରେ ପୁଣି ଏକ ମାରଣାସ୍ତ୍ର ଧରି ସନ୍ତୋଷ ପାତ୍ର ନାମକ ଜଣେ ଯୁବକକୁ ଆକ୍ରମଣ କରିଥିଲା। ଘଟଣା ପରେ ସେ ଫେରାର୍ ହୋଇଯାଇଥିଲା। ଗତ ରାତିରେ ପୁଲିସ ତାକୁ ଗିରଫ କରିଥିଲା।

ଆକ୍ରମଣ ଅଭିଯୋଗରେ ଯୁବତୀ ଗିରଫ
ଭୁବନେଶ୍ୱର : ଜଣେ ମହିଳାଙ୍କ ଘରେ ପଶି ଆକ୍ରମଣ କରିବା ଅଭିଯୋଗରେ ଜଣେ ଯୁବତୀଙ୍କୁ ଖାରବେଳ ନଗର ଥାନା ପୁଲିସ ଗିରଫ କରିଛି। ସେ ହେଉଛନ୍ତି ନିକୋ ପାର୍କ ବସ୍ତିରେ ରହୁଥିବା ଜଗତସିଂହପୁରର ଉର୍ମିଳା ପଟ୍ଟନାୟକ। ୟୁନିଟ୍‌ ୯ର ମଞ୍ଜୁଲତା ଜେନାଙ୍କ ଅଭିଯୋଗକ୍ରମେ ତାଙ୍କୁ ଗିରଫ କରାଯାଇଛି। ମଞ୍ଜୁଲତାଙ୍କ ପୁଅଙ୍କ ସହ ଉର୍ମିଳାଙ୍କ ସମ୍ପର୍କ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଏହି କାରଣରୁ ଉର୍ମିଳା ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର