ବାଲିଅନ୍ତା : ବାଳକାଟି ରଥିଜେମା କୁଆଖାଇ ନଦୀପଠା ଶ୍ମଶାନ ନିକଟ ପ୍ରତାପଶାସନ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଫଳକକୁ ଗତକାଲି ରାତିରେ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ୨ ତାରିଖରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପ୍ରସାଦ ପଟ୍ଟନାୟକ, ପ୍ରତାପଶାସନ ସରପଞ୍ଚ ଭାଗ୍ୟଧର ନନ୍ଦୀ, ସମିତି ସଭ୍ୟା ନୟନା ବେହେରା ଓ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ରଜନୀକାନ୍ତ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ଏହାକୁ ସରପଞ୍ଚ ଶ୍ରୀ ନନ୍ଦୀ ଘୋର ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ ଗତକାଲି ପୂର୍ବାହ୍ନରେ ବାଲିଅନ୍ତା ଦମକଳ କେନ୍ଦ୍ର ଉଦଘାଟନ ବେଳେ ବାଲିଅନ୍ତା ବ୍ଲକ ଅଞ୍ଚଳର ଅସନ୍ତୁଷ୍ଟ ଗୋଷ୍ଠୀ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ବିରୋଧ କରି ଉକ୍ତ ଫଳକରେ କଳା ବୋଳିଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp