ବାଲିଅନ୍ତା: ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଧୀନ ଶିଶିଲୋ ଛକରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୁଇଟି ଦୋକାନକୁ ଜାଳି ଦେଇଛନ୍ତି। ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ସେମାନେ ଏଭଳି ପୋଡ଼ାଜନା କରିଥିବା ଅଭିଯୋଗକାରୀମାନେ କହିଛନ୍ତି। ଏଠାରେ ଦୋକାନ କରିଥିବା ବାଲିପାଟଣା ଥାନା ଅନ୍ତର୍ଗତ ବୋଧଖଣ୍ଡି ଗ୍ରାମର କୃଷିକେଶ ପଟ୍ଟନାୟକଙ୍କ ପାନ ଦୋକାନ ସମେତ ଫାଣ୍ଡି ଅଧିନସ୍ଥ କଇଜଙ୍ଗା ଗ୍ରାମର ଦୁଃଶାସନ ପ୍ରଧାନଙ୍କ ଜଳଖିଆ ଦୋକାନ ଘର ସଂପୂର୍ଣ୍ଣ ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଉଭୟଙ୍କର ଆନୁମାନିକ ଲକ୍ଷାଧିକ ଟଙ୍କାର ସମ୍ପତ୍ତିର କ୍ଷତି ଘଟିଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି। ପୂର୍ବରାତିର ରାଗ ସୁଝାଇବାକୁ ଯାଇ ଦୋକାନ ବନ୍ଦକରି ସମସ୍ତେ ଚାଲିଯିବା ପରେ ବିଳମ୍ବିତ ରାତିରେ ଏଭଳି କାଣ୍ଡ ଘଟିଥିବା ଏହି ଅଗ୍ନି ବିପନ୍ନ ପରିବାର ଦ୍ୱୟ କହିଛନ୍ତି। ଏନେଇ ବାଳକାଟି ଫାଣ୍ଡିରେ ମଧ୍ୟ ଜଣାଇଛନ୍ତିି। ଏସଂପର୍କରେ ଖବର ପାଇ ବାଲିପାଟଣାରୁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ। ଅଭିଯୋଗ ପାଇ ପୁଲିସ ଘଣଣାର ଅନୁସନ୍ଧାନ ଆରମ୍ଭ କରିଛି।
ଦୁଇଟି ଦୋକାନ ଜାଳିଦେଲେ ଦୁର୍ବୃତ୍ତ
/sambad/media/post_attachments/wp-content/uploads/2018/01/burn-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)