ଯୁବକଙ୍କୁ ଉଠାଇ ନେଲେ ୫ ଦୁର୍ବୃତ୍ତ

ଧଉଳି: ବାଳକାଟି ଫାଣ୍ଡି ଅଧୀନ ଭାର୍ଗବୀ ନଦୀବ୍ରିଜ୍‌ ତଳେ ଆଜି ଉତ୍ତରା ଫାଣ୍ଡି ପୁବା ଗ୍ରାମର ଜଣେ ଯୁବକଙ୍କୁ ସେହି ଅଞ୍ଚଳର ଅନ୍ୟ ୫ ଜଣ ଯୁବକ ଦୀର୍ଘ ୩ ଘଣ୍ଟା ଧରି ଅଟକ ରଖିଥିଲେ। ଲକ୍ଷାଧିକ ଟଙ୍କା ଦାବି କରି ଧମକ ଚମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ତେବେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଖବର ପାଇ ଧଉଳି ଥାନା ପୁଲିସ ସେଠାରେ ପହଞ୍ଚି ଅଟକ ଯୁବକଙ୍କୁ ଉଦ୍ଧାର କରିଥିବା ବେଳେ ସଂପୃକ୍ତ ଯୁବକମାନଙ୍କୁ ଅଟକ ରଖିଥିଲା। ପରେ ବିଳମ୍ବିତ ରାତିରେ ସେମାନଙ୍କୁ ଛାଡ଼ି ଦେଇଥିବା ନେଇ ସୂଚନା ମିଳିଛି। ଜାଗାବାଡ଼ିକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ଯୁବକମାନେ ତାଙ୍କୁ ଅପହରଣ କରି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର