କି ଆଶ୍ଚର୍ଯ୍ୟ ! ଦୋଷୀସାବ୍ୟସ୍ତ ହୋଇଥିବା ହାତୀ ଓ ଘୁଷୁରୀକୁ ଫାଶୀ ଏବଂ କୁକୁଡାକୁ ଜୀଅନ୍ତା ଜଳାଇ ଦିଆଯାଇଥିଲା

ଏଯାବତ୍‌ ଆପଣ ଅପରାଧରେ ଦୋଷୀସାବ୍ୟସ୍ତ ହୋଇଥିବା ଅପରାଧୀଙ୍କୁ ଦଣ୍ଡ ଦିଆଯାଇଥିବା ଖବର ଶୁଣିଥିବେ। କ’ଣ କେବେ ଶୁଣିଛନ୍ତି ପଶୁମାନଙ୍କ ଉପରେ ମକଦ୍ଦମା ଚାଲିବାର, ଏହି ମକଦ୍ଦମାରେ ଦୋଷୀସାବ୍ୟସ୍ତ ପଶୁଙ୍କୁ ବି ମିଳିଥିଲା ଦାଣ୍ଡ। ଦୁନିଆରେ ଏମିତି କିଛି ଦେଶ ଅଛି ଯେଉଁଠାରେ ପଶୁଙ୍କୁ ନେଇ ମକଦ୍ଦମା ଚାଲିଥାଏ ଓ ଅଦାଲତ ଦଣ୍ଡର ଶୁଣାଣି ମଧ୍ୟ କରି ଥାଆନ୍ତି।

୧୯୦୬ରେ ଲଣ୍ଡନର ଡବ୍ଲୁ ହେନ୍‌ମନ୍‌ରେ ଏକ ପୁସ୍ତକ ପ୍ରକାଶିତ କରିଥିଲେ, ଯାହାର ନାମ the criminal prosecution and capital punishment of animal ରଖାଯାଇଥିଲା। ଏହି ପୁସ୍ତକରେ ଦାବି କରାଯାଇଥିଲା କି ବିଭିନ୍ନ ଅପରାଧ ପାଇଁ ପଶୁମାନଙ୍କ ଉପରେ ମକଦ୍ଦମା ଚଳାଯାଇ କିଛି ମାମଲାରେ ତ ଫାଶୀର ବି ଶୁଣାଣି ହୋଇଥିଲା।

the criminal prosecution and capital punishment of animal ମୁତାବକ, ୧୪୭୪ରେ ସୁଇଜରଲ୍ୟାଣ୍ଡରେ ଏକ କୁକୁଡା ଉପରେ ଅଣ୍ଡା ଦେବା ନେଇ ମକଦ୍ଦମା ରୁଜୁ ହୋଇଥିଲା। କେବଳ ଏତିକି ନୁହେଁ, ସେଠାରେ କୁକୁଡା ଅଣ୍ଡା ଦେବାକୁ ଜଘନ୍ୟ ଓ ଅପ୍ରାକୃତିକ ଅପରାଧ ବୋଲି ଧରାଯାଇଥାଏ। ଶୁଣାଣି ପୂରା ହେବା ପରେ ଅଦାଲତ କୁୁକୁଡାକୁ ଜିଅନ୍ତା ଜଳାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପୁସ୍ତକରେ ଛପା ଯାଇଥିବା ଏକ ଘଟଣା ମୁତାବକ ୧୯୧୬ ମସିହାରେ ଅଦାଲତ ଏକ ହାତୀକୁ ବି ଫାଶୀ ଦଣ୍ଡ ଶୁଣାଣି କରିଥିଲେ। ଏହି ହାତୀର ନାମ ମେରି ଥିଲା। ଏହି ମେରି ଉପରେ ଅଭିଯୋଗ ଥିଲା କି ସର୍କସ୍‌ ସମୟରେ ସେ ତାର ଟ୍ରେନରକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା।

ସେହିପରି ୧୩୧୪ ମସିହାରେ ଏକ ଷଣ୍ଢକୁ ଓ ୧୩୮୬ ମସିହାରେ ଏକ ଘୁଷୁରୀକୁ ଫାଶୀ ଦଣ୍ଡର ଶୁଣାଣି ହୋଇଥିଲା। ଘୁଷୁରୀ ଆକ୍ରମଣରେ ଏକ ଶିଶୁର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର