ପୁଲିସ୍‌ ଜାଲରେ ଅପରାଧୀ : ତାଳଚେରରେ ୩ ସାର୍ପ ସୁଟର୍‌, ଧର୍ମଗଡ଼ରେ ୫ ଲୁଟେରା ଗିରଫ

ତାଳଚେର/ଧର୍ମଗଡ଼ : ରାଜ୍ୟ ପୁଲିସ୍‌କୁ ଆଜି ଏକ ବଡ଼ସଫଳା ମିଳିଛି। ଭବାନୀପାଟଣା ଓ ତାଳଚେରରେ କିଛି ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି।

ତାଳଚେର ଓ କଟକର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ତିନିଜଣ ସାର୍ପ ସୁଟର୍‌ଙ୍କ ସମେତ ୫ ଜଣ ଅନ୍ତଃଜିଲ୍ଲା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ପିସ୍ତଲ୍‌, ୨ ଟି ମାଗାଜିନ୍‌, ୮ ଜୀବନ୍ତ ଗୁଳି, ୩ଟି ଖଣ୍ଡା, ୬ଟି ମୋବାଇଲ ଓ ୨ଟି ବାଇକ୍‌ ଜବତ ହୋଇଛି। ବିପକ୍ଷ ଗ୍ୟାଙ୍ଗ୍‌ ଲିଡରଙ୍କୁ ହତ୍ୟା କରି ବାଟରୁ କଣ୍ଟା ସଫା କରିବା ପାଇଁ ସାର୍ପ ସୁଟରମାନେ ୫ ଲକ୍ଷ ଟଙ୍କା ସୁପାରି ନେଇଥିବା ସ୍ୱୀକାର କରିଛନ୍ତି।

ତାଳଚେର ଖଣି ଅଞ୍ଚଳରେ ଚାଲିଥିବା ଡିଜେଲ୍‌ ଚୋରା କାରବାରରେ ଉପୁଜିଥିବା ଗୋଷ୍ଠୀ ବିବାଦରୁ ଏହି ‘ସୁପାରି କିଲିଂ’ର ପ୍ରସଙ୍ଗ ଉଭା ହୋଇଥିଲା। ଦୀର୍ଘ ୧୫ ଦିନର ଲଗାତର ଚଢ଼ଉ ପରେ ପୁଲିସ୍‌କୁ ସଫଳତା ମିଳିଥିବା ଜଣାପଡ଼ିଛି।

ସେହିଭଳି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଲାଞ୍ଜିଗଡ଼ ରାସ୍ତାରେ ବଞ୍ଜାରୀଘାଟିରେ ୯ଜଣ ଲୁଟେରା ଗତ ଜୁଲାଇ ୯ ତାରିଖରେ ପୁଲିସ ଦ୍ୱାରା ଗିରଫ ହେବା ପରେ ଆଜି କଳାହାଣ୍ଡି ପୁଲିସକୁ ଆଉଏକ ସଫଳତା ମଳିଛି ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଅନ୍ତର୍ଗତ ୪ଟି ଥାନାର ୧୩ଟି ମାମଲାରେ ଗୁରୁବାର ୧୨ ଲୁଟେରା ଗିରଫ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ୭ଟି ବାଇକ, ଟଙ୍କା ଓ ମାରଣାସ୍ତ୍ର ଜବତ କରାଯାଇଛି।

ସମ୍ବନ୍ଧିତ ଖବର