ନୂଆଦିଲ୍ଲୀ: ସିଆରପିଏଫ କନଷ୍ଟେବଳଙ୍କୁ ଦୁଷ୍କର୍ମ କରିବା ପଡ଼ିଲା ଭାରି। ନିଲମ୍ବିତ ହେଲେ ସିଆରପିଏଫ ଡିଆଇଜି ଏବଂ ଇନ୍ସପେକ୍ଟର। ପ୍ରାଥମିକ ତଦନ୍ତରେ ଦୁହେଁ ଦୋଷୀ ବୋଲି ପ୍ରମାଣ ହେବା ପରେ ସେମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ନିଲମ୍ବିତ ହୋଇଥିବା ଅଧିକାରୀ ହେଲେ ସିଆରପିଏଫ ଡିଆଇଜି ଖଜନ ସିଂ ଏବଂ ଇନ୍ସପେକ୍ଟର ସୁରଜିତ ସିଂହ।

Advertisment

ଘଟଣା ଘଟିବା ସମୟରେ ଡିଜି ଖଜନ ସିଂ ମୁଖ୍ୟ କ୍ରୀଡ଼ା ଅଧିକାରୀ ଭାବରେ କାର୍ଯ୍ୟ କରୁଥିବାବେଳେ ଇନ୍ସପେକ୍ଟର ସୁରଜିତ ସିଂ ଦଳର ପ୍ରଶିକ୍ଷକ ଥିଲେ। କିଛି ସପ୍ତାହ ପୂର୍ବରୁ, ୩୦ବର୍ଷୀୟା ସିଆରପିଏଫ କନଷ୍ଟେବଳ ଡିଆଇଜି ଖଜନ ସିଂ ଏବଂ ଇନ୍ସପେକ୍ଟର ସୁରଜିତ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ।

ଘଟଣା ପରେ ପୀଡ଼ିତା ଏନେଇ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀରେ ଏତଲା ଲେଖାଇଥିଲେ। ଏତଲା ପରେ ତଦନ୍ତ ହେବାରୁ ସିଆରପିଏଫ ଡିଆଇଜି ଖଜନ ସିଂ ଏବଂ ଇନ୍ସପେକ୍ଟର ସୁରଜିତ ସିଂହ ଦୋଷୀ ବୋଲି ପ୍ରମାଣିତ ହୋଇଥିଲା। ଏବେ ସେମାନଙ୍କୁ କରିଥିବା ଅପରାଧ ପାଇଁ ନିଲମ୍ବିତ କରାଯାଇଛି।