ଛୋଟ ପିଲାକୁ ମଦ ପିଆଇବା ମା’ଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି। ଏମିତି ଏକ ଆଶ୍ଚର୍ଯ୍ୟ କଲାଭଳି ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ ମା’ କାନ୍ଦୁଥିବା ୧୮ମାସର ଶିଶକୁ ମଦ ପିଆଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଅଭିଯୁକ୍ତ ମା’ଙ୍କ ସାଙ୍ଗ ରେକର୍ଡ କରିଥିବା ଜଣାପଡ଼ିଛି। ଶିଶୁକୁ ମଦ ପିଆଉଥିବା ଭିଡିଓ ଭାଇରାଲ ହେବା ପରେ ପୁଲିସ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। କୋର୍ଟ ଅଭିଯୁକ୍ତ ମା’ ଓ ତାଙ୍କ ସାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡର ଶୁଣାଣି କରିଛି।

Horrifying moment crying baby 'fed wine' from bottle by mum as friend filmed it - Mirror Online

ବ୍ରିଟେନର ଏଡିନବର୍ଗ କୋର୍ଟ ଜଣେ ମା’ ଓ ତାଙ୍କ ସାଙ୍ଗଙ୍କୁ ୧୮ମାସ ଶିଶୁର ଭିଡିଓ ପ୍ରସ୍ତୁତ କରିବା ପାଇଁ ଦଣ୍ଡର ଶୁଣାଣି କରିଛନ୍ତି। ଏହି ଦୁହିଁଙ୍କୁ ପୁଲିସ ଶିଶୁକୁ ଜବରଦସ୍ତି ମଦ ପିଆଇବା ଅଭିଯୋଗରେ ବିଚାରବିଭାଗୀୟ ହେପାଜତକୁ ନେଇଥିଲା। ପୁଲିସ ପାଖକୁ ଯେଉଁ ଭିଡିଓ ଆସିଛି ତାହ ଗତବର୍ଷ ଜାନୁଆରି ମାସର ବୋଲି ଜଣାପଡ଼ିଛି। ଅଭିଯୁକ୍ତ ମା’ ଓ ତାଙ୍କ ସାଙ୍ଗ ଶିଶୁ ସହିତ ଦୁର୍ବ୍ୟବହାର କରିଥିବା ସ୍ବୀକାର ମଧ୍ୟ କରିଛନ୍ତି।

 

 

ସମ୍ବନ୍ଧିତ ଖବର