ପ୍ରେମିକ ଛାଡ଼ି ଚାଲିଯିବା ପରେ ଏହି କାରଣରୁ ତାଙ୍କୁ ଖୋଜିବାକୁ ପୁଲିସ୍‌କୁ କହିଛନ୍ତି ପ୍ରେମିକା

ନୂଆଦିଲ୍ଳୀ: ପ୍ରେମ ସଂପର୍କ ଛିନ୍ନ ହେବା ପରେ ଜଣେ ଯୁବତୀ ଏତେ ଜୋର୍‌ ଭାଙ୍ଗିପଡ଼ିଛନ୍ତି ଯେ ସେ କାନ୍ଦି କାନ୍ଦି ପୁଲିସ୍‌କୁ ଫୋନ୍‌ କରିବାକୁ ବି ପଛାଇ ନଥିଲେ। ପ୍ରେମୀଯୁଗଳ ଦୀର୍ଘ ୬ ବର୍ଷ ଧରି ପ୍ରେମ ସଂପର୍କରେ ରହିବା ପରେ ପ୍ରେମିକ ଜଣକ ନିଜ ଆଡୁ ସଂପର୍କ ତୁଟାଇ କେଉଁଆଡ଼େ ଚାଲି ଯାଇଛନ୍ତି। ହେଲେ ଏହି କଥାକୁ ଆଦୌ ବି ସହ୍ୟ କରି ପାରିନାହାନ୍ତି ପ୍ରେମିକା। ଯୁବତୀ ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ପ୍ରେମିକ ତାଙ୍କ ସହ ବିନା କାରଣରେ ସଂପର୍କ ତୁଟାଇ ଦେଇଛନ୍ତି। ଏହି କାରଣରୁ ସେ ଉକ୍ତ ଯୁବକଙ୍କୁ ଖୋଜିବା ପାଇଁ ପୁଲିସ୍‌ର ସହାୟତା ଲୋଡିଛନ୍ତି। ଏହି ଖବରଟି ଏବେ ଚୀନ ଗଣମାଧ୍ୟମର ପ୍ରମୁଖ ଖବର ପାଲଟିଛି।

ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌ ମୁତାବକ, ମାମଲାଟି ହେଉଛି ପୂର୍ବ ଚୀନ୍‌ର ଝୋଜି୍ରଙ୍ଗ୍‌ ପ୍ରାନ୍ତର। ଏଠାରେ ଗତ ସପ୍ତାହରେ ଜଣେ ଯୁବତୀ ପୁଲିସ୍‌କୁ ଫୋନ୍‌ କରି ନିଜ ପ୍ରେମିକଙ୍କୁ ଖୋଜି ଆଣିବାକୁ ନିବେଦନ କରିଥିଲେ। ସେ କଲ୍‌ କରି କହିଥିଲେ ଯେ ତାଙ୍କ ପ୍ରେମିକ କିଛି ବି ନ କହି ୬ ବର୍ଷର ସଂପର୍କକୁ ତୁଟାଇ କେଉଁ ଆଡ଼େ ଚାଲି ଯାଇଛନ୍ତି। ପୁଲିସ୍‌ ତାଙ୍କୁ ତାଙ୍କ ପ୍ରେମିକଙ୍କୁ ପାଇବାରେ ସାହାଯ୍ୟ କରୁ।

ଯୁବତୀଙ୍କ ଅଭିଯୋଗ ପରେ ପୁଲିସ୍‌ ତାଙ୍କୁ ପ୍ରଶ୍ନ କରିଥିଲା ଯେ ତାଙ୍କୁ ଏବେ ତାଙ୍କ ପ୍ରେମିକଙ୍କୁ ପାଇବା କାହିଁକି ଜରୁରୀ? ଯୁବତୀ ଜଣକ ଉତ୍ତରରେ ଯାହା କହିଲେ ତାହା ଶୁଣିବା ପରେ ଆପଣ ବି ଚକିତ ହୋଇଯିବେ। ସେ କହିଲେ କି ‘ମୋ ପ୍ରେମିକଙ୍କୁ ଖୋଜି ପାଇବା ପରେ ମୋତେ କେବଳ ଜାଣିବାର ଅଛି ଯେ ସେ କାହିଁକି ମୋତେ ଛାଡ଼ି ପଳାଇଛନ୍ତି? ସେଥିପାଇଁ ମୁଁ ତାଙ୍କୁ ଖୋଜିବାକୁ ଚାହୁଁଛି।’

 

ସମ୍ବନ୍ଧିତ ଖବର