ସୁନ୍ଦରଗଡ଼: ବୁର୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସୁନ୍ଦରଗଡ଼ ଜିଲ୍ଲା କାରାଗାରର ବିଚାରାଧୀନ କଏଦୀ ସୋନୁ ମାଝୀ (୬୧)ଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତି ପ୍ରାୟ ଦେଢ଼ଟାରେ ବୁର୍ଲା ହସ୍ପିଟାଲରେ ସୋନୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଆଜି ଅପରାହ୍ନରେ ସୋନୁଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି। ଆସନ୍ତାକାଲି ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
କୁତ୍ରା ବ୍ଲକ ତେଲିଘନା ଗ୍ରାମର ସୋନୁ କିଛି ସହଯୋଗୀଙ୍କ ସହ ମିଶି ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗରେ ରାଜଗାଙ୍ଗପୁର ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ୨୦୧୬, ନଭେମ୍ବର ୨୫ ତାରିଖରେ ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରଖାଯାଇଥିଲା। ଜେଲ୍ ଯିବା ସମୟରେ ସେ ବେଶ୍ ଦୁର୍ବଳ ଥିବା ସହ ସ୍ୱାସ୍ଥ୍ୟାବସ୍ଥା
ଭଲ ନ ଥିଲା। ଗତ ୧୦ ତାରିଖରେ ସୋନୁଙ୍କୁ ଜ୍ୱର ହୋଇଥିଲା। ଦିନକ ପରେ, ଅଥାଁତ୍ ୧୧ ତାରିଖରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ୧୯ ତାରିଖରେ ବୁର୍ଲା ଡାକ୍ତରଖାନାକକୁ ନିଆଯାଇଥିଲା। ସେଠାରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଥିଲା
ବିଚରାଧୀନ କଏଦୀଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2017/09/cd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)