ବେଜିଂ: ସାଧାରଣତଃ କମ୍ପାନିର କର୍ମଚାରୀମାନେ ଗ୍ରାହକମାନଙ୍କ ପସନ୍ଦ ଓ ନାପସନ୍ଦ ଉପରେ ବିଶେଷ ଧ୍ୟାନ ଦେଇ ଥାଆନ୍ତି। କିନ୍ତୁ ଚୀନରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏହାର ଠିକ୍ ବୀପରିତ। ତେବେ ଅନ୍ଲାଇନ୍ରେ ଗ୍ରାହକଙ୍କ ରିଭ୍ୟୁ କମ୍ପାନି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଥାଏ। ତେବେ ଜଣେ ମହିଳା କମ୍ପାନିକୁ ଏଭଳି ନକରାତ୍ମକ ରିଭ୍ୟୁ ଦେବ ପରେ ବ୍ୟବସାୟରେ ବାଧା ସୃଷ୍ଟି ହୋଇଥିଲା। ଏହାପରେ ଚୀନର ଅନ୍ଲାଇନ୍ କମ୍ପାନିର ମାଲିକ ନକରାତ୍ମକ ପ୍ରତିକ୍ରିୟା ଦେଇଥିବା ଜଣେ ମହିଳା ଗ୍ରାହକଙ୍କୁ ମାଡ ମାରିବା ପାଇଁ ୮୫୦କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ମାଲିକ ମହିଳା ଗ୍ରାହକଙ୍କ ଘରେ ପହଞ୍ଚି ସିଧାସଳଖ ତାଙ୍କୁ ମାଡ ମାରିବା ଆରମ୍ଭ କରିଦେଇଥିଲେ।
/sambad/media/post_attachments/wp-content/uploads/2018/01/the_aio_entertainment_1515675021_725x725-300x227.jpg)
ପୁଲିସ ଏ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ହେଁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରିବାକୁ ମନା କରିଦେଇଛନ୍ତି। ଅଧିକାରୀ ଏହି ଘଟଣାର ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି। ମହିଳା ଗ୍ରାହକ ଯେଉଁ ଜିନିଷ ଅନ୍ଲାଇନ୍ ଜରିଆରେ ମଗାଇଥିଲେ ତାହା ନିଶ୍ଚିତ ସମୟଠାରୁ ବିଳମ୍ବରେ ପହଞ୍ଚିବା ନେଇ ଅଭିଯୋଗ କରିଛନ୍ତି। ଏହାକୁ ନେଇ କମ୍ପାନି ମାଲିକ ତାଙ୍କ ଉପରେ ରାଗି ଯାଇ ଏଭଳି କାଣ୍ଡ ଘଟାଇଛନ୍ତି। ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କୈଦ୍ ହୋଇଛି।
ମହିଳା ଗ୍ରାହକଙ୍କ ନାମ ସିୟାଓ ବାଲି ଜଣାପଡ଼ିଛି। ସେ ପୂର୍ବ ଚୀନ ଝୋଗଝାଉରେ ବସବାସ କରନ୍ତି। ସେ ଏକ ଅନ୍ଲାଇନ୍ ରିଟେଲ କମ୍ପାନିଙ୍କଠାରୁ କିଛି ସାମଗ୍ରୀ ମଗାଇଥିଲେ। କିନ୍ତୁ ଏହି ସାମଗ୍ରୀ ଯେବେ ପହଞ୍ଚିବା କଥା ସେବେ ପହଞ୍ଚି ନଥିଲା। ୪ଦିନ ବିଳମ୍ବରେ ମହିଳା ମଗାଇଥିବା ସାମଗ୍ରୀ ତାଙ୍କ ପାଖରେ ପହଞ୍ଚିଥିଲା। ତେବେ ଏହି ଘଟଣାକୁ ନେଇ ସିୟାଓ ଅଭିଯୋଗ କରିଥିଲେ ବୋଲି କହିଥିଲେ। କିନ୍ତୁ ଏହି ଅଭିଯୋଗକୁ ନେଇ ରିଟେଲ କମ୍ପାନି ମାଲିକ ଉକ୍ତ ମହିଳା ଗ୍ରାହକଙ୍କ ଉପରେ କ୍ଷୁବ୍ଧ ହୋଇ ୮୫୦କିଲୋମିଟର ଯାତ୍ରା କରି ତାଙ୍କ ଘରେ ଯାଇ ପହଞ୍ଚି ଯାଇଥିଲେ।
/sambad/media/post_attachments/wp-content/uploads/2018/01/risingstarsllc_1515674975_725x725-300x199.jpg)
ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି, ମହିଳା ଗ୍ରାହକ ସିୟାଓ ଉପରକୁ ରିଟେଲ ମାଲିକ ଲାତ ଗୋଇଠା ମାଡ କରୁଛନ୍ତି। କେବଳ ଏତିକି ନୁହେଁ କମ୍ପାନି ମାଲିକଙ୍କ ଚାପୁଡ଼ା ମାଡରେ ମହିଳା ଚଟାଣରେ ପଡ଼ି ଯାଉଛନ୍ତି। ତେବେ ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ସିୟାଓଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସିୟାଓଙ୍କୁ ମାଡ ମାରିବେ ବୋଲି କମ୍ପାନି ମାଲିକ ଏକ ମେସେଜ ଜରିଆରେ ମଧ୍ୟ ଧମକ ଦେଇଥିବା ଜଣାପଡ଼ିଛି। ଏହି ଭିଡିଓ ଭାଇରାଲ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/the_aio_entertainment_1515675042_725x725.jpg)