କଟକରୁ ହାଓ୍ଵଡା ଯାଉଥିବା ବ୍ୟକ୍ତି ଖଡ଼ଗପୁର ଷ୍ଟେସନରୁ ଗିରଫ, ବ୍ୟାଗ୍‌ରୁ ମିଳିଲା ୩୮ ଲକ୍ଷ ୫୦ ହଜାର ଟଙ୍କା

ବାଲେଶ୍ୱର: କଟକରୁ ଜୟଦେବ ସାମନ୍ତ ନାମକ ଜଣେ ବ୍ୟକ୍ତି ରବିବାର ସକାଳେ ପୁରୀ-କାମାକ୍ଷା ଟ୍ରେନ୍‌ରେ ହାଓ୍ଵଡା ଯାଉଥିବା ବେଳେ ଖଡ଼ଗପୁର ଷ୍ଟେସନରେ ଗିରଫ ହୋଇଛନ୍ତି। ବ୍ୟକ୍ତି ଜଣକ କଟକରୁ ଯାଇ ଖଡ଼ଗପୁର ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନ ବଦଳାଇ ଅନ୍ୟ ଟ୍ରେନକୁ ଯାଉଥିବା ବେଳେ ଆର୍‌ପିଏଫ୍‌ ଟାସ୍କ ଟିମ୍‌ ସି ଓ ଜିଆର୍‌ପି ମିଳିତ ଭାବେ ଉକ୍ତ ଷ୍ଟେସନରେ ଯାଞ୍ଚ କରୁଥିଲେ। ବ୍ୟକ୍ତିଙ୍କର ସନ୍ଦେହଜନକ ଆଚରଣ ଦେଖି ଆର୍‌ପିଏଫ୍‌ ଟାସ୍କ ଟିମ୍‌ ସି ଓ ଜିଆର୍‌ପି ତାଙ୍କୁ ସେଠାରେ ଅଟକାଇ ତାଙ୍କ ବ୍ୟାଗ୍‌ ଦେଖିଥିଲେ। ବ୍ୟକ୍ତି ଜଣକ ନିଜ ସାଥିରେ ଯେଉଁ ବ୍ୟାଗ୍‌ ନେଇ ଯାଉଥିଲେ ସେଥିରେ ୩୮ ଲକ୍ଷ ୫୦ ହଜାର ଟଙ୍କା ଥିବା ସୂଚନା ରହିଛି।

ବ୍ୟକ୍ତି ଜଣକ କିଏ ଓ କାହିଁକି ଏତେ ଗୁଡ଼ିଏ ଟଙ୍କା ସାଥିରେ ନେଇ ଯାଉଥିଲେ ତାହାର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ତେବେ ପୁଲିସ୍‌ ପଚରାଉଚରା କରିବା ବ୍ୟକ୍ତି ଜଣକ ଏ ଟଙ୍କା ଜଣେ ସୁନା ବେପାରୀଙ୍କର ବୋଲି କହିଛନ୍ତି। ସେ କହିଛନ୍ତି କି କଟକର ଜଣେ ସୁନା ବେପାରୀ ଦେଇଥିବା ଏହି ଟଙ୍କା ନେଇ ସେ ଖଡ଼ଗପୁରରେ ଜଣେ ଲୋକଙ୍କୁ ଦେବାକୁ ଯାଉଥିଲେ।

ସମ୍ବନ୍ଧିତ ଖବର