ସାଇବର ଅପରାଧୀମାନଙ୍କର ଘୃଣ୍ୟ କାମକୁ ନେଇ ପରିବାର ପକ୍ଷରୁ ଅଭିଯୋଗ

ଯାଦବପୁର:  ପଶ୍ଚିମବଙ୍ଗର ଯାଦବପୁରରେ ସାଇବର ଅପରାଧୀମାନଙ୍କର ଏକ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାଇବର ଅପରାଧୀମାନେ ଫେକ୍‌ ପ୍ରୋଫାଇଲ୍‌ ଓ ଫଟୋ ଜରିଆରେ ପର୍ଣ୍ଣ ସାଇଟ୍‌ସରେ ଏକ ପରିବାରର ଠିକଣା ପୋଷ୍ଟ କରିଦେଇଛନ୍ତି। ଖାଲି ସେତିକି ନୁହେଁ ସେକ୍ସ ଚାଟ୍‌ ଗ୍ରୁପ୍‌ରେ ପରିବାରର ମହିଳାମାନଙ୍କର ଫୋନ୍‌ ନମ୍ବର ମଧ୍ୟ ସୂଚନା ଦେଇଛନ୍ତି। ଏବେ ଲଗାତାର ସେହି ଫୋନ୍‌କୁ ଅଶ୍ଳୀଳ ମେସେଜ୍‌ ଓ ହ୍ଵାଟସଅପ୍‌ କଲ୍‌ ଆସୁଛି। ଏହାକୁ ନେଇ ପରିବାର ଲୋକେ ଚିନ୍ତିତ।

ପରିବାର ପକ୍ଷରୁ ପୁଲିସ ନିକଟରେ ଏହି ଅଭିଯୋଗ ହୋଇଛି। ପରିବାରର ଜଣେ ୪୦ ବର୍ଷୀୟ ମହିଳା କହିଛନ୍ତି ଯେ ପ୍ରତିଦିନ ଲଗାତାର ଫୋନ୍‌ କଲ୍‌ ତାଙ୍କ ପାଖକୁ ଆସୁଛି,ଲୋକ ଘରର ବେଲ୍‌ ବଜାଉଛନ୍ତି। ଏଥିପାଇଁ ସେମାନେ ଘରେ ସିସିଟିଭି ଲଗାଇଲେ,ତଥାପି ଲୋକଙ୍କୁ ରକ୍ଷା କରିପାରୁନାହାଁନ୍ତି। ଏବେ ପରିବାରକୁ ସହାୟତା ଦେବା ଲାଗି ଆଗେଇ ଆସିଛନ୍ତି ସାଇବର ବିଶେଷଜ୍ଞ ବିନାସ ଚାଟାର୍ଜୀ। ସେ କହିଛନ୍ତି ଯେ ଏହା ଏକ ଗମ୍ଭୀର ମାମଲା। ଏ ବିଷୟରେ ଅନୁସନ୍ଧାନ ଜାରି ରହିଛି ଓ ଖୁବ୍‌ ଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି ସେ କହୁଛନ୍ତି।

ସମ୍ବନ୍ଧିତ ଖବର