କୋରାପୁଟ: ଚାକିରି କରାଇ ଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ଆଜି କୋରାପୁଟ ସାଇବର ଥାନା ଜଣେ ଠକଙ୍କୁ ବାଲେଶ୍ବରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ବାଲେଶ୍ବର ଅଞ୍ଚଳର ଅରୁଣ ଘୋଷ (୪୫) ବୋଲି ସାଇବର ଥାନା ଅଧିକାରୀକାରିଣୀ ସସ୍ମିତା ପରିଡା ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ ଗତମାର୍ଚ୍ଚ ମାସରେ କୋରାପୁଟ ଜିଲ୍ଲା ଲମତାପୁଟ ବାବୁଲା ପୂଜାରୀଙ୍କଠାରୁ ଚାକିରି କରାଇ ଦେବାକୁ କହି ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ କରି ନେଇଥିଲା। ଏନେଇ ବାବୁଲା ସାଇବର ଥାନାରେ ଅଭିଯୋଗ ଦେବା ପରେ ସାଇବର ଥାନା ପୁଲିସ ୫/୨୦୨୨ରେଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗକୁ ଆଧାର କରି ସାଇବର ଥାନା ଜାଲ ବିଛାଇଥିଲା। ଏହି ଜାଲରେ ନିଜ ଆସିଅରୁଣ ପଡିଥିଲା। ତାଠାରୁ ସବୁ ଟଙ୍କା ଜବତ ହେବା ସହ ଦୁଇଟି ମୋବାଇଲ, ୫ଟି ଏଟିମ୍ ଜବତ ହୋଇଛି। ଏବଂ ଅଭିଯୋଗକାରୀଙ୍କୁ ତାଙ୍କ ଟଙ୍କା ଫେରାଇ ଦିଆଯାଇଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/IMG-20220703-WA0035.jpg)