ନୂଆଦିଲ୍ଲୀ: ଆମର ଦୈନନ୍ଦିନ ଚଳନିକୁ ସହଜ କରିବାକୁ ଅନ୍ଲାଇନ୍ ଜରିଆରେ ଆମେ ଆଜିକାଲି ଅନେକ କାମ କରୁଛନ୍ତି। ଅନ୍ଲାଇନ୍ରୁ କପଡ଼ାରୁ ନେଇ ତେଜରାତି, ଖାଦ୍ୟ ଆଦି ବିଭିନ୍ନ ଜିନିଷ ବରାଦ ଦେଉଛେ। ହେଲେ ବେଳେ ବେଳେ ଏହି ଅନ୍ଲାଇନ କାରବାର ଆମକୁ ଯେତିକି ସୁବିଧା ଦେଉଛି ତାଠାରୁ ଅଧିକ ବିପଦରେ ପକାଉଛି। ଅନ୍ଲାଇନ୍ କାରବାର କରିବାକୁ ଆମକୁ ବିଭିନ୍ନ ପ୍ରକାରର ଆପ୍ ଇନ୍ଷ୍ଟଲ୍ କରିବାକୁ ପଡୁଛି। ସେହି ସବୁ ଆପ୍ଗୁଡ଼ିକ ବେଳେ ବେଳେ ବଡ଼ ଧରଣର କ୍ଷତି କରି ଦେଇଥାନ୍ତି। ବିଭିନ୍ନ ଅଜଣା ଆପ୍ ପାଇଁ ବେଳେ ବେଳେ ଆମେ ସଇବର୍ ଠକାମୀର ବି ଶିକାର ହୋଇ ଯାଇଥାନ୍ତି।
ନିକଟରେ ସାଇବର୍ ଠକାମୀର ଏକ ନୂଆ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ମୁମ୍ବାଇରେ ରହୁଥିବା ଜଣେ ମହିଳା ସାଇବର୍ ଠକାମୀର ଶିକାର ହୋଇଛନ୍ତି। ଠକ ଜଣକ ବଡ଼ ଚତୁରତାର ସହ ମହିଳାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ୩.୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
ଘଟଣାଟି ଏପରି, ୫୨ ବର୍ଷୀୟା ମହିଳା ଜଣକ ଡିବିଏସ୍ ବ୍ୟାଙ୍କ୍ର କର୍ମଚାରୀ। ତାଙ୍କ ନିକଟକୁ ଜଣେ ସାଇବର୍ ଠକର୍ ଫୋନ୍ ଆସିଲା। ଯିଏକି ନିଜକୁ ଜଣେ ବ୍ୟାଙ୍କ୍ କର୍ମଚାରୀର ପରିଚୟ ଦେଇଥିଲେ। ତା’ପରେ ମହିଳାଙ୍କୁ କ୍ରେଡିଟ୍ କାର୍ଡର ଯାଞ୍ଚ୍ କରିବା ନାମରେ ଚୂନ ଲଗାଇ ଯାଇଛନ୍ତି।
ଏହି ଘଟଣା ଡିସେମ୍ବର ୧୫ ତାରିଖର। ବ୍ୟକ୍ତି ଜଣକ ମହିଳାଙ୍କୁ ତାଙ୍କ ଆଇସିଆଇସିଆଇ ବ୍ୟାଙ୍କ୍ର କ୍ରେଡିଟ୍ କାର୍ଡର କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି କହି ଏକ ଆପ୍ ଇନ୍ଷ୍ଟଲ୍ କରିବାକୁ କହିଥିଲେ। ମହିଳା ଜଣକ ଆପ୍ ଇନ୍ଷ୍ଟଲ୍ କରିବା ପରେ ଠକ ଜଣକ ଟଙ୍କା ଲୁଟି ନେଇଥିଲେ।