ଦୁଷ୍କର୍ମ ଅଭିଯୁକ୍ତ ଆତ୍ମ ଘୋଷିତ ଭଗବାନ ଦାତି ମହାରାଜଙ୍କ ମାମଲାର ତଦନ୍ତ ଭାର ସିବିଆଇକୁ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଆତ୍ମ ଘୋଷିତ ଭଗବାନ ଦାତି ମହାରାଜଙ୍କ ବିରୋଧରେ ରହିଥିବା ଦୁଷ୍କର୍ମ ମାମଲାର ତଦନ୍ତ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଦତନ୍ତ ଦାୟିତ୍ୱ ସେଣ୍ଟ୍ରାଲ୍‌ ବିଉରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ)କୁ ଦେଇଛନ୍ତି। ପୂର୍ବରୁ ଏହି ମାମଲା ସଂପର୍କରେ ଦିଲ୍ଲୀ ପୁଲିସ୍‌ର ଅପରାଧୀକ ଶାଖା ବୁଝାବୁଝି କରୁଥିଲା।

ଅକ୍ଟୋବର ପହିଲାରେ ପୁଲିସ୍‌ ପକ୍ଷରୁ ଏକ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା। ଏହି ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଥିଲା ଯେ ପୀଡ଼ିତା ନିଜ କକ୍ଷରେ ଶୋଇଥିବା ସମୟରେ ଏହି ଅପରାଧିକ ଘଟଣା ଘଟିଥିଲା।

ଗତ ଦୁଇ ବର୍ଷ ତଳେ ଦୁଷ୍କର୍ମ ଅଭିଯୋଗରେ ଦାତି ମହାରାଜଙ୍କୁ ଭାରତୀୟ ପେନ୍‌ଲ କୋଡ ଧାରା ୩୭୬, ୩୭୭, ୩୫୪ ଏବଂ ୩୪ ଅନୁସାରେ ଗିରଫ କରାଯାଇଛି।

ପୀଡ଼ିତା ଜଣକ ଦାତି ମହାରାଙ୍କ ବିରୋଧରେ ଅଭିଯୋଗ ଆଣି ଜଣାଇଥିଲେ ଯେ ସେ ରାଜସ୍ଥାନର ବାଲ ଗ୍ରାମରେ ଥିବା ଗୁରୁକୁଲ ଅଶ୍ୱାସନରେ ଏିଂ ଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମ ପରେ ଦାତି ମହାରାଜ ତାଙ୍କୁ ଧମକଚମକ କରିଥିବାରୁ ପୀଡ଼ତା ଜଣକ ଭୟରେ ଆରମ୍ଭରୁ ମୁହଁ ଖୋଲିନଥିଲେ।

ସମ୍ବନ୍ଧିତ ଖବର