ପ୍ରେମିକ ସହ ପଳାଇଥିବା ଝିଅ ସହ ଦୁଷ୍କର୍ମ କଲେ ବାପା, ଭାଇ ଓ କକା

ମିରଟ: ମୁଜାଫରନଗର ଠାରେ ଜଣେ ୨୧ ବର୍ଷୀୟ ଝିଅ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ସେ ଝିଅର ବାପା, ଭାଇ ଏବଂ ଦୁଇ ଜଣ କକାଙ୍କୁ ଗିରଫ କରାଯାଇଛି। ଝିଅଟି କୁଆଡ଼େ ନିଜ ପ୍ରେମିକ ସହ ଫେରା ହୋଇ ଯାଇଥିଲା। ଝିଅର ପ୍ରେମିକ ହେଉଛନ୍ତି ତିନିଟି ପିଲାର ବାପା ଜଣେ ୩୨ ବର୍ଷିୟ ବ୍ୟକ୍ତି। ଝିଅ ଓ ପ୍ରେମିକ ଉଭୟ ଧାନେଣ୍ଡା ଗ୍ରାମର ବାସିନ୍ଦା।

ଝିଅ ସେ ବ୍ୟକ୍ତି ସହ ଦୁଇ ଥର ଫେରାର ହୋଇ ଯାଇଥିଲା। ଥରେ ଜୁଲାଇ ମାସରେ ଏବଂ ଥରେ ଅକ୍ଟୋବର ମାସରେ। ଦୁଇ ଦୁଇ ଥର ଝିଅ ପରିବାର ଥାନାରେ ଅପହରଣ ଅଭିଯୋଗ କରିଥିଲେ।

ପ୍ରଥମ ଘଟଣାରେ, ଝିଅ ନିଜ ଇଚ୍ଛାରେ ସେ ବ୍ୟକ୍ତିଙ୍କ ସହ ଯାଇଥିବା କଥା ଅଦାଲତରେ କହିବାରୁ ସେ ବ୍ୟକ୍ତି ଛାଡ଼ ପାଇ ଯାଇଥିଲେ। ଅକ୍ଟୋବର ମାସରେ ଦ୍ୱିତୀୟ ମାମଲା ରୁଜୁ ହୋଇଥିଲା। ନଭେମ୍ବର ୨ ତାରିଖରେ ଝିଅଟି ଆହ୍ଲାବାଦ ହାଇକୋର୍ଟରେ ହାଜର ହୋଇ କହିଥିଲା କି, ଏକ ନର୍ସିହୋମ୍‌ ପରିବାର ଲୋକେ ତା’ ସହ ଗଣଦୁଷ୍କର୍ମ କରିଛନ୍ତି। ସେଠାରେ ତାଙ୍କୁ ଗର୍ଭ ନଷ୍ଟ କରାଇବାକୁ ବାଧ୍ୟ କରାଯାଇଥିଲା।

ବାପା ହାକିମ୍‌, ଭାଇ ସାବିର ଏବଂ କକା ସମୀନ୍‌ ଏବଂ ଆଶୁଙ୍କ ବିରୋଧରେ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରିବାକୁ ନଭେମ୍ବର ୧୮ ତାରିଖ ଦିନ ଆଇକୋର୍ଟ ଆଦେଶ ଦେଇଥିଲେ। ସୋମବାର ଦିନ ସେମାନଙ୍କୁ ଗିରଫ କରାଯାଇଛି। କିନ୍ତୁ, ଝିଅଟିର ମା’ କହିଛନ୍ତି ଯେ ତାଙ୍କ ସ୍ୱାମୀ ଏବଂ ପୁଅମାନେ ନିର୍ଦ୍ଦୋଷ। ପ୍ରେମିକ ଗୟାସୁଦ୍ଦିନଙ୍କ ପ୍ରରୋଚନାରେ ଝିଅ ଏ ଭଳି ଆରୋପ କରିଛି।

ସମ୍ବନ୍ଧିତ ଖବର