ନୂଆଦିଲ୍ଲୀ: ଝିଅକୁ ଦୁଷ୍କର୍ମ କରୁଥିବା ସମୟରେ ଉବେର ଚାଳକକୁ ଘଟଣାସ୍ଥଳରୁ ଧରିଥିବା ନେଇ ପୀଡିତା ପିତା ଦାବି କରିଛନ୍ତି। ପିତାଙ୍କ କହିବାନୁସାରେ ଝିଅ ଘରକୁ ଆସିବା ବିଳମ୍ବ ହେବାରୁ ସେ ଆପ୍‌ ଜରିଆରେ ତାକୁ ଟ୍ରାକ୍‌ କରିଥିଲେ। ଏହାପରେ ସେ ଠିକଣାସ୍ଥାନରେ ପହଞ୍ଚିବା ପରେ ଉବେର ଡ୍ରାଇଭର କାର ପଛ ସିଟ୍‌ରେ ତାଙ୍କ ୨୫ବର୍ଷ ଝିଅକୁ ଦୁଷ୍କର୍ମ କରୁଥିବା ସେ ଜାଣିବାକୁ ପାଇଥିଲେ। ଏହି ଘଟଣା ଆମେରିକାର ବାଲଟିମୋରର ମେରିଲ୍ୟାଣ୍ଡରେ ଘଟିଛି।

Advertisment

publive-image Metro

ମିଡିଆ ରିପୋର୍ଟ ମୁତାବକ, ପିତା ଓ ଅଭିଯୁକ୍ତ ମଧ୍ୟରେ କଥାବାର୍ତ୍ତା ବି ହୋଇଥିଲା। ଅଭିଯୁକ୍ତ ତାଙ୍କ ଉପରେ ପୀଡିତାଙ୍କ ହେଣ୍ଡବ୍ୟାଗ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହି ଘଟଣା ଶନିବାର ଅଧା ରାତିରେ ଘଟିଥିବା ଖବର ମିଳିଥିଲା। ଦୁଷ୍କର୍ମ ଘଟଣା ନେଇ ପୁଲିସ ଯାଞ୍ଚ କରୁଛି। ଜଣେ ଅଧିକାରୀଙ୍କ କହିବାନୁସାରେ, ପୀଡିତା ପିତା ପୁଲିସକୁ ଫୋନ୍‌ କରି ଯାଞ୍ଚରେ ସାହାଯ୍ୟ କରୁଛନ୍ତି।

ତେବେ ଏହା ଏଯାବତ୍‌ ସ୍ପଷ୍ଟ ହୋଇ ପାରନି କି ପୀଡିତାଙ୍କ ପିତା କେଉଁ ଆପ୍‌ ଜରିଆରେ ଝିଅକୁ ଟ୍ରାକ୍‌ କରୁଥିଲେ। କିନ୍ତୁ ଏମିତି କୁହାଯାଉଛି କି ଘଟଣାସ୍ଥଳରେ ପହଞ୍ଚିବା ପାଇଁ ସେ ସଫଳ ରହିଛନ୍ତି।