ପରୀକ୍ଷାରେ ଭୁଲ କରିବା ମହଙ୍ଗା ପଡ଼ିଲା; ଦଳିତ ଛାତ୍ରକୁ ପିଟିପିଟି ହତ୍ୟାକଲେ ଶିକ୍ଷକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅରାୟାରେ ଜଣେ ଦଶମ ଶ୍ରେଣୀର ଦଳିତ ଛାତ୍ରଙ୍କୁ ତାଙ୍କ ସ୍କୁଲ ଶିକ୍ଷକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ନିଖିଲ ଦୋହର ଏକ ପରୀକ୍ଷାରେ ଭୁଲ କରିବା ପରେ ତାଙ୍କ ସାମାଜିକ ବିଜ୍ଞାନ ଶିକ୍ଷକ ତାଙ୍କୁ ମାଡ ମାରିଥିଲେ। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ପଡ଼ିଥିଲା ଏବଂ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ, ଚିକିତ୍ସିତ ହେଉଥିବା ଅବସ୍ଥାରେ ଛାତ୍ର ଜଣଙ୍କର ମୃତ୍ୟୁ ଘଟିଥିଲା।

ନିଖିଲଙ୍କ ମୃତ୍ୟୁ ପରେ ତାଙ୍କ ପିତା ରାଜୁ ଡୋହର ଚିକିତ୍ସାରେ ସହଯୋଗ ନକରିବା ଏବଂ ଜାତି-ସୂଚକ ଅପମାନଜନକ ଶବ୍ଦ ବ୍ୟବହାର କରିଥିବାରୁ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଅଚ୍ଛଲଦା ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲେ। ଅଭିଯୋଗ ମିଳିବା ପରେ ଅଭିଯୁକ୍ତ ଶିକ୍ଷକ ଅଶ୍ୱିନୀ ସିଂଙ୍କ ବିରୋଧରେ ଆଚ୍ଛଲଦା ପୁଲିସ ଘଟଣା ସଂପର୍କରେ ଏକ ଏଫଆଇଆର ପଞ୍ଜିକୃତ କରିବା ସହ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଚଳାଇଛି।

ଆରକ୍ଷୀ ଅଧୀକ୍ଷକ ଚାରୁ ନିଗମଙ୍କ କହିବା ଅନୁଯାୟୀ, “ମୃତ୍ୟୁର କାରଣ ବିଷୟରେ ଜାଣିବା ପାଇଁ ଆମେ ଛାତ୍ର ଜଣକ ଚିକିତ୍ସିତ ହେଉଥିବା ଇଟାୱା ମେଡିକାଲର ଡାକ୍ତରଙ୍କ ସହ କଥା ହୋଇଛୁ। ଏହି ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କକୁ ଗିରଫ କରିବା ପାଇଁ ତିନୋଟି ଦଳ ଗଠନ କରାଯାଇଛି।

ସମ୍ବନ୍ଧିତ ଖବର