ସୋନିପତ: ହରିୟାଣାର ଏକ ଅନୁସୂଚିତ ଜାତିର ଯୁବକକୁ ଅନ୍ୟ ଜାତିର ଲୋକମାନେ ନିସ୍ତୁକ ମାଡ ମାରିଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସୋନିପତର ବଜାନାକଲା ଗ୍ରାମରେ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାଇରାଲ ହୋଇଥିବା ଭିଡିଓ ଅନୁସାରେ, ଦଳିତ ଯୁବକକୁ ଏଥିପାଇଁ ଅନ୍ୟ ଜାତିର ଲୋକମାନେ ମାଡ ମାରିଥିଲେ କାରଣ ସେ ସେମାନଙ୍କ ଜମିରେ କାମ କରିବାକୁ ଓ ଗୃହପାଳିତ ପଶୁଙ୍କୁ ସ୍ନାନ କରାଇବା ପାଇଁ ମନା କରି ଦେଇଥିଲା। ଏହାପରେ ଗ୍ରାମର କିଛି ଲୋକ ଏଥିରେ ଉତକ୍ଷିପ୍ତ ହୋଇଯାଇଥିଲେ। ସେମାନେ ଦଳିତ ଯୁବକକୁ ଧରି ପୋଷାକ ଖୋଲି ନିସ୍ତୁକମାଡ ମାରିଥିଲେ। ମାଡ ସମୟର ଏହି ଭିଡିଓ ଏକ ମାସ ପରେ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ଭିଡିଓରେ ଦଳିତ ଯୁବକ ଉପରେ ହେଉଥିବା ଅତ୍ୟାଚାର ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ପୀଡିତ ଅଙ୍କିତଙ୍କ ପିତା ତୃଷିପାଲଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ମୋହିତ ଓ ଜିତେନ୍ଦ୍ର ବିରୋଧରେ ମାମଲା ରୁଜୁ କରାଯାଇ ଦୁହିଁଙ୍କୁ ଗିରଫ କରାଯାଇଛି।