ଚାରିଜଣ ବାଳିକାଙ୍କ ସହିତ ପରିଚୟ କରାଇ ଦେବା ଦାବି ପୂରଣ ନ କରିବାରୁ ପୀଡିତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେଲେ ଦୁଷ୍କର୍ମକାରୀ

ରାଜସ୍ଥାନ: ରାଜସ୍ଥାନର ଭିନମାଲ ଅଞ୍ଚଳରେ ୫ ଦିନ ପୂର୍ବେ ୧୪ ଓ ୧୫ବର୍ଷର ଦୁଇ ନାବାଳିକାଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଘଟଣାର ତାତି ଏବେ ଥମି ନଥିବା ବେଳେ ଜାଲୋର ଜିଲ୍ଲାରେ ଜଣେ ଦଲିତ ବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭାନ୍ଦ୍ରାଜୁନ ପୁଲିସ ଷ୍ଟେସନ ପରିସରରେ ଥିବା ଏକ ଗାଁରେ ଜଣେ ୧୮ ବର୍ଷର ବାଳିକା ସହିତ ୪ ମାସ ପୂର୍ବେ ତିନି ଜଣ ଯୁବକ ମିଶି ଦୁଷ୍କର୍ମ କରିଥିଲେ। ଏହାପରେ ଦୁଷ୍କର୍ମକାରୀମାନେ ପୀଡିତାଙ୍କୁ ଅନ୍ୟ ଚାରିଜଣ ବାଳିକାଙ୍କ ସହିତ ସେମାନଙ୍କ ପରିଚୟ କରାଇ ଦେବା ପାଇଁ କହିଥିଲେ। କିନ୍ତୁ ପୀଡିତା ଦୁଷ୍କର୍ମକାରୀଙ୍କ କଥାରେ ରାଜି ନହେବାରୁ ଦୁଷ୍କର୍ମକାରୀ ତାଙ୍କର ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ।

गैंगरेप के बाद ब्‍लैकमेल.

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପୀଡିତା ପୁଲିସ ଅଧୀକ୍ଷକଙ୍କ ନିକଟରେ ହାଜର ହୋଇ ଅଭିଯୋଗ କରିଥି‌ଲେ। ଏହା ପରେ ଭଦ୍ରାଜୁନ ପୁଲିସ ଏକ ମାମଲା ରୁଜୁ କରି ପୀଡିତାଙ୍କ ଚିକିତ୍ସା ଅହୋର ହସ୍ପିଟାଲରେ କରିବା ସହିତ ତିନିଜଣ ଦୁଷ୍କର୍ମକାରୀଙ୍କୁ ଖୋଜିବା ଆରମ୍ଭ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ପୀଡିତା ୪ମାସ ପୂର୍ବେ ଛେଳି ଚରାଇବାକୁ ଯାଇଥିଲେ। ସେଠାରେ ଅଭିଯୁକ୍ତ ଦରଗାରାମ ଚୌଧୁରୀ, ଚତରାରାମ ପଟେଲ ଏବଂ ନାରାୟଣରାମ ଚୌଧୁରୀ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଦୁଷ୍କର୍ମକାରୀଙ୍କ ପାଖରେ ଦୁଷ୍କର୍ମ ସମୟର ଅଶ୍ଳୀଳ ଭିଡିଓ ଥିବାରୁ ସେ ୪ ମାସ ହେବ ଭୟରେ ନିଜର ପରିବାରଲୋକଙ୍କୁ ଏ ବିଷୟ‌ରେ କିଛି ଜଣାଇ ପାରୁ ନ ଥିଲେ। କିନ୍ତୁ ଦୁଷ୍କର୍ମକାରୀ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରି ଦେବା ପରେ ସେ ପରିବାରଲୋକଙ୍କ ସହିତ ଆସି ପୁଲିସରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର