ହାଥରସରେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଜମିର ଫସଲ ସମ୍ପୂର୍ଣ୍ଣ ନଷ୍ଟ: ଚାଷୀ କ୍ଷତି ପୂରଣ ଦାବି କଲେ

ହାଥରସ: ସେପ୍ଟେମ୍ବର ୧୪ତାରିଖରେ ନିର୍ଭୟା ଭଳି ଏକ କାଣ୍ଡ ଦିଲ୍ଲୀ ଠାରୁ ୨୦୦ କିମି ଦୂର ଉତ୍ତରପ୍ରଦେଶର ହାଥରସ୍ ଗାଁରେ ଘଟିଥିଲା। ଏଠାରେ ୪ ଜଣ ଉଚ୍ଚ ଜାତିର ପୁରୁଷଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅନୁସୂଚିତ ବର୍ଗ ଯୁବତୀଙ୍କର ଦିଲ୍ଲୀରେ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ତେବେ ଉତ୍ତରପ୍ରଦେଶର ହାଥରସରେ ଯେଉଁ କ୍ଷେତରେ ଦଳିତ ଯୁବତୀଙ୍କ ସହ ଦୁଷ୍କର୍ମ ଘଟଣା ହୋଇଥିଲା ସେହି କ୍ଷେତର ଚାଷୀ ଏବେ ଚିନ୍ତାରେ ଅଛନ୍ତି।

Hathras Gang Rape Case Latest News Updates: In Whose Field Gange Rape Took Place With Girl The Farmer Demand Compensation To Yogi Adityanath Government In Hathras Uttar Pradesh | The farmer in

ଚାଷୀ ସୋମ ସିଂହ କହିଛନ୍ତି ଯେ ୮ଏକର ଜମିରେ କରିଥିବା ତାଙ୍କ ବାଜରା ଫସଲ ନଷ୍ଟ ହୋଇଯାଇଛି। ତାଙ୍କ ପୂରା ପରିବାର ଏହି ଚାଷ ଉପରେ ନିର୍ଭରଶୀଳ। କାରଣ ପ୍ରଶାସନ ସେପ୍ଟେମ୍ବର ୧୪ତାରିଖ ଘଟଣା ପରେ ଜମିରେ ଲାଗିଥିବା ଫସଲରେ କୌଣସି ପ୍ରକାର ଔଷଧ ଛିଞ୍ଚନ କରିବା ଏବଂ କାଟିବାକୁ ମନା କରି ଦେଇଥିଲା। କାରଣ ଯଦି ଚାଷୀ ଜଣକ ଏପରି କରି ଥାଆନ୍ତେ ତେବେ ପ୍ରମାଣ ନଷ୍ଟ ହୋଇ ଯାଇଥାଆନ୍ତା। ତେଣୁ ସେ ଏପରି କରିବାରୁ ନିଜକୁ ନିବୃତ୍ତ ରଖିଥିଲେ। ଘଟଣା ପରେ ସ୍ଥାନୀୟ ପୁଲିସ ଏସଆଇଟି ଏବଂ ସିବିଆଇ ଟିମ୍ ଅନେକ ଥର ଜମିକୁ ଯାଇଥିଲେ। ବାରମ୍ବାର ଲୋକଙ୍କ ଯିବା ଫଳରେ ଫସଲ କ୍ଷତିଗ୍ରସ୍ତ ହୋଇଯାଇଛି। ତେଣୁ ଏବେ ସୋମ ସିଂହ ପ୍ରଶାସନକୁ କ୍ଷତିପୂରଣ ଦାବି କରିଛନ୍ତି।

 

Rape and murder of a young Dalit woman in Hathras and the cremation of law - Frontline
ସୋମ ସିଂହଙ୍କ କ୍ଷେତରୁ ଆହତ ଅବସ୍ଥାରେ ପୀଡିତାଙ୍କୁ ଉଦ୍ଧାର କରାଯାଇଥିଲା। ପୀଡ଼ିତ ପରିବାରଙ୍କ ଦାବି ହେଉଛି ଯେ ଯୁବତୀଙ୍କ ସହ ଦୁଷ୍କର୍ମ କରାଯାଇ ତାଙ୍କୁ ହତ୍ୟା କରି ଦିଆଯାଇଥିଲା। ପୀଡ଼ିତାଙ୍କ ସହ ଦୁଷ୍କର୍ମ ହେବାର ଏବେ ଯାଏଁ ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ପ୍ରତିଦିନ ଏହି ଦୁଷ୍କର୍ମ ଘଟଣାକୁ ନେଇ ବିଭିନ୍ନ ପ୍ରକାର ତଥ୍ୟ ସାମ୍ନାକୁ ଆସୁଛି।

ସମ୍ବନ୍ଧିତ ଖବର