ପଞ୍ଚାୟତ ଅଫିସ ବାହାରେ ଦଳିତ ମହିଳାଙ୍କୁ ଅସଦାଚରଣ, ଚେୟାରରୁ ଧକ୍କା ମାରି ତଳେ ପକାଇବା ସହ ମାଡ଼ ମାରିଲେ ଲୋକେ

ଅହମ୍ମଦାବାଦ୍‌ : ଅହମ୍ମଦାବାଦ୍‌ରେ ଜଣେ ଦଳିତ ମହିଳାଙ୍କୁ ମାଡ଼ ମରା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପେଶାରେ ଜଣେ ଅଙ୍ଗନଓ୍ଵାଡ଼ି କର୍ମୀ ହୋଇଥିବା ବେଳେ କିଛି କାମ ପାଇଁ ପଞ୍ଚାୟତ ଅଫିସକୁ ଯାଇଥିଲେ ସଂପୃକ୍ତା ଦଳିତ ମହିଳା । ଅଫିସ ବାହାରେ ପଡ଼ିଥିବା ଏକ ଚେୟାରରେ ମହିଳାଜଣଙ୍କ ବସିଥିବା ବେଳେ ଜଣେ ଯୁବକ ଆସି ସେ ବସିଥିବା ଚେୟାରକୁ ଧକ୍କା ଦେଇଥିଲେ । ମହିଳା ଜଣଙ୍କ ତଳେ ପଡ଼ିଯିବା ପରେ ଅନ୍ୟ ୯ ଜଣ ଯୁବକ ଆସି ତାଙ୍କୁ ପାଇପ୍‌, ବାଡ଼ି ସାହାଯ୍ୟରେ ମାଡ଼ ମାରିବା ଆରମ୍ଭ କରିଥିଲେ ।

News18.com

ଘଟଣା ବିଷୟରେ ଖବର ପାଇ ମହିଳାଙ୍କ ସ୍ୱାମୀ ଏବଂ ପୁଅ ସେଠାରେ ପହଞ୍ଚି ରୋକିବାକୁ ଚେଷ୍ଟା କରିବାରୁ ସେମାନଙ୍କୁ ମଧ୍ୟ ଛାଡ଼ି ନଥିଲେ ଲୋକେ । ଏହି ଘଟଣାଟି ଗତ ମାସରେ ଘଟିଥିବା ବେଳେ ଗୁରୁବାର ଏ ନେଇ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ଉଦ୍ୟମ ଆରମ୍ଭ କରିଥିବା ଜଣା ପଡ଼ିଛି । ସୂଚନା ମୁତାବକ, ପଲ୍ଲବୀ ଯାଦବ ନିଜ ପୁତୁରା ମୌଲିକ୍‌ ଯାଦବଙ୍କ ଅଧାରକାର୍ଡ଼ରେ ପରିବର୍ତ୍ତନ କରାଇବା ପାଇଁ ପଞ୍ଚାୟତ ଅଫିସ ଯାଇଥିଲେ । ଯାଦବକୁ ପରିବର୍ତ୍ତନ କରି ସିହ୍ନା କରିବାକୁ ଚହୁଁଥିବା ଜାଣି ୧୦ଜଣ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର