ପ୍ରେମ କରିବା ମହଙ୍ଗା ପଡ଼ିଲା, ଯୁବକଙ୍କୁ ପିଇବାକୁ ପଡ଼ିଲା ପରିଶ୍ରା 

ମୋଡାସା: ଗୁଜୁରାଟର ମୋଡାସାରେ ବସବାସ କରୁଥିବା ଜଣେ ଦଲିଦ ଯୁବକ ଅନ୍ୟ ଜାତିର ଯୁବତୀଙ୍କୁ ଭଲ ପାଇ ମହଙ୍ଗା ପଡ଼ିଛି। ତେବେ ଏବିଷୟରେ ଗ୍ରାମବାସୀ ଖବର ପାଇବା ପରେ ସେମାନେ ଯୁବକଙ୍କୁ ନିସ୍ତୁକମାଡ ମାରିବା ସହିତ ପରିଶ୍ରା ପିଇବାକୁ ବାଧ୍ୟ କରିଥିଲେ। ତେବେ ଦଳିତ ଯୁବକଙ୍କୁ ମାରପିଟ କରୁଥିବାର ଏକ ଭିଡିଓ ବି ବନାଇଥିଲେ। ଯାହାକୁ ସୋମାନେ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି।

ଭାଇରାଲ ହୋଇଥିବା ଭିଡିଓରେ ଗ୍ରାମବାସୀ ଦଳିତ ଯୁବକଙ୍କୁ ଖୁବ୍‌ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳୁଛି। ଦଳିତ ଯୁବକ ଆର.ଓ ପ୍ଲାଣ୍ଟରେ ରିପ୍ୟାରିଂ କାମ କରୁଥିଲେ। କିଛି ଲୋକ ତାଙ୍କୁ ଉଠାଇ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ଏବଂ ସେଠାରେ ତାଙ୍କୁ ଅର୍ଦ୍ଧନଗ୍ନ କରି ମାରପିଟ କରିବା ସହିତ ପରିଶ୍ରା ପିଇବାକୁ ବାଧ୍ୟ କରାଇଥିଲେ। କେବଳ ଏତିକି ନୁହେଁ ତା’ର ମୁଣ୍ଡ ଉପରେ ଅପରିଷ୍କାର ପାଣି ପକାଇ ଆଉ କୌଣସି ଯୁବତୀଙ୍କୁ କେବେ ହଇରାଣ କରିବ ନାହିଁ ବୋଲି ଭୁଲ ସ୍ୱୀକାର କରିବାକୁ କହୁଛନ୍ତି।

 

ସମ୍ବନ୍ଧିତ ଖବର