ଧାର୍ମିକ ଶୋଭାଯାତ୍ରାରେ ଜଣେ ବ୍ୟକ୍ତିଙ୍କ ନୃତ୍ୟ ଛନ୍ଦକୁ ବିଦ୍ରୂପ କରିଥିବା ନୃତ୍ୟଗୁରୁଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ରାଜଧାନୀର କେନ୍ଦ୍ରାଞ୍ଚଳରେ ଏକ ଧାର୍ମିକ ଶୋଭାଯାତ୍ରା ବେଳେ ଜଣେ ନୃତ୍ୟରତ ବ୍ୟକ୍ତିଙ୍କ ଛନ୍ଦକୁ ଜଣେ ୨୦ ବର୍ଷିୟ ନୃତ୍ୟ ଶିକ୍ଷକ ବିଦ୍ରୂପାତ୍ମକ ଢଙ୍ଗରେ ପରିବେଶଣ କରିବାର କେଇ ମୁହୂର୍ତ୍ତ ପରେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଏଯାବତ୍‌ ପରିଚୟ ମିଳି ନ ଥିବା ସେ ସନ୍ଦିଗ୍ଧ ନିଜର ଦୁଇ ବନ୍ଧୁଙ୍କ ସହ ଆସି ଅତି ନିକଟରୁ ନୃତ୍ୟ ଶିକ୍ଷକଙ୍କ ଛାତିରେ ଗୁଳି ମାରିଥିଲେ।

ଏକ ମନ୍ଦିର ନିକଟ ରାସ୍ତାରେ ଲୋକେ ନାଚୁଥିବାର ଦୃଶ୍ୟ ରେକର୍ଡ କରିଥିବା ଜଣେ ଦେଖଣାହାରୀ ଗୁଳି ମରାହେବା ପରର ଦୃଶ୍ୟ ମଧ୍ୟ ଉତ୍ତୋଳନ କରିଛନ୍ତି। ନୃତ୍ୟଗୁରୁ ଅବିନାଶ ସାଙ୍ଗ୍‌ଓ୍ଵାନ୍‌ ଗୁଳି ମରାଯାଇଛି ବୋଲି ଚାରିପଟେ ଥିବା ଅନେକ ଲୋକ ଜାଣି ପାରି ନ ଥିଲେ। ଛାତିରୁ ରକ୍ତ ଝରୁଛି ବୋଲି ଅନୁଭବ କରି ସେ ନିଜର ଟି-ସାର୍ଟ ଓହ୍ଲାଇବା ପରେ ହିଁ ଲୋକେ ଜାଣିଲେ କ’ଣ ହୋଇଛି।

ବୁଧବାର ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ଘଟଣାଟି ଘଟିଛି।

ଅବିନାଶଙ୍କ ବନ୍ଧୁ ନିଖିଳ ସାଙ୍ଗ୍‌ଓ୍ଵାନ ନାମକ ଅନ୍ୟ ଜଣେ ନୃତ୍ୟଗୁରୁ ପୁଲିସକୁ କହିଲେ ଯେ ବାଲ୍ମୀକି ଜୟନ୍ତୀ ଅବସରରେ ମନ୍ଦିର ମାର୍ଗରେ ଥିବା ବାଲ୍ମୀକି ମନ୍ଦିର ଠାରେ ସେମାନେ ନୃତ୍ୟ କରୁଥିବା ବେଳେ ଜଣେ ସ୍ୱାସ୍ଥ୍ୟବନ୍ତ ଲୋକ ନାଚୁ ଥିବା କଥା ସେମାନେ ଦେଖିଥିଲେ।

ସେ ଅଚିହ୍ନା ଲୋକଟିର ନୃତ୍ୟ ଛନ୍ଦକୁ ଅବିନାଶ ବିଦ୍ରୂପାତ୍ମକ ଢଙ୍ଗରେ ଅନୁକରଣ କରିଥିଲେ। ଏ କଥାରେ ଲୋକଜଣକ ରାଗିଯାଇ ଅବିନାଶଙ୍କ ପାଖକୁ ଆସି ଧକ୍କା ମାରିଥିଲେ। ସେ ସେଠାରୁ ଚାଲି ଯାଇ ଦୁଇ ଜଣଙ୍କ ସହ ଫେରି ଆସି ଆମ ସହ ନାଚିଲେ। ସେତେବେଳେ ଯାଇ ଆମେ ଜାଣିଲୁ ଯେ କିଛି ଅସୁବିଧା ହେବାକୁ ଯାଉଛି।

ସେଠାରୁ ପଳାଇ ଯିବାକୁ ଅବିନାଶ ତା’ର ସାଙ୍ଗମାନଙ୍କୁ କହିଲେ।

କିନ୍ତୁ ହଠାତ୍‌ ବନ୍ଧୁକ ଫୁଟିଲା ଏବଂ ଅବିନାଶର ଛାତିରୁ ରକ୍ତ ଝରିଲା। କ’ଣ ହେଲା ବୋଲି କେହି ଜାଣିବା ପୂର୍ବରୁ ଅବିନାଶ ରାସ୍ତାରେ ଟଳି ପଡ଼ିଥିଲେ। ଜଣେ ବାଟୋଇଙ୍କ କାର୍‌ରେ ତାଙ୍କୁ ଲୋହିଆ ହସ୍‌ପିଟାଲ୍‌ ନିଆଗଲା।

କିନ୍ତୁ ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ କହିଲେ।

ସମ୍ବନ୍ଧିତ ଖବର