ହାଇଦ୍ରାବାଦ୍: ହାଇଦ୍ରାବାଦ୍ରୁ ୧୦୦ କିଲୋମିଟର ଦୂରରେ ଥିବା ତେଲେଙ୍ଗାନାର ହାଜିପୁର ଗ୍ରାମର ଶ୍ମଶାନ ପାଲଟିଛି ଏକ ଶୁଖିଲା କୂଅ। ଏହି କୂଅ ଭିତରେ ୩ ଜଣ ମୃତକଙ୍କୁ ଚିହ୍ନଟ କରିଛି ହାଇଦ୍ରାବାଦ୍ ପୁଲିସ୍। ନିକଟରେ ଏକ ୧୪ ବର୍ଷୀୟା ନାବାଳିକା ନିଖୋଜ ହେବା ପରେ ବହୁ ଖୋଜା ଖୋଜି ହେବାରୁ ସେହି କୂଆ ଭିତରୁ ତାହାର ମୃତ ଦେହ ଉଦ୍ଧାର ହେବା ପରେ ଅନ୍ୟ ୨ ଜଣଙ୍କ ବିଷୟରେ ବି ପୁଲିସ୍କୁ ସୁରାଗ ମିଳିଛି।
ଏହି କୂଅ ଭିତରୁ ୩ ଜଣ ଝିଅଙ୍କ କଙ୍କାଳ ଉଦ୍ଧାର ହୋଇଛି। ଏମାନଙ୍କ ବୟସ ୧୧ରୁ ୧୭ ବର୍ଷ ମଧ୍ୟରେ। ଗତ କିଛି ଦିନ ତଳେ ସେମାନଙ୍କୁ ଏହି କୂଅ ଭିତରୁ ଚିହ୍ନଟ କରାଯାଇଛି। ଜଣେ ସିରିୟଲ୍ କିଲର୍ ସେହି ଯୁବତୀମାନଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରି ଜାଳି ଦେଇ ସେହି କୂଅ ଭିତରେ ଫିଙ୍ଗି ଦେଉଥିଲା ବୋଲି ଜାଣିବାକୁ ମିଳିଛି। ଏବେ ପୁଲିସ୍ ଉକ୍ତ ସିରିୟଲ୍ କିଲର୍ ସଂପର୍କରେ ସବୁ କିଛି ଜାଣି ପାରିଛି।
ସପ୍ତାହ ତଳେ ୧୪ ବର୍ଷୀୟା ନାବାଳିକା ନିଖୋଜ ହେବା ପରେ ତାଙ୍କ ପରିବାର ଲୋକେ ବୋମାଲାରାମରମ ମଣ୍ଡଲ ପୁଲିସ୍ରେ ଏକ ଅଭିଯୋଗ ଲେଖାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ଏହି ମାମାଲାର ମୁଖ୍ୟ ଆସାମୀ ବୋଲି ସନ୍ଦେହ କରି ପୁଲିସ୍ ୨୭ ବର୍ଷିଅ ମାରି ଶ୍ରୀନିବାସ ରେଡ୍ଡିକୁ ଧରିଛି। ସେ ଉକ୍ତ ନାବାଳିକାମାନଙ୍କୁ ଦୁଷ୍କର୍ମ କରି ହତ୍ୟା କରିଛି ବୋଲି ପୁଲିସ୍ ନିକଟରେ ସ୍ୱୀକାର କରିଥିବା କଥା ପୁଲିସ୍ ପ୍ରକାଶ କରିଛି।