ଘର ବାହାରେ ୩ ବର୍ଷୀୟ ଶିଶୁ ଖେଳୁଥିବା ବେଳେ ଦାନ୍ତରେ କାମୁଡି ୫୦ମିଟର ପର୍ଯ୍ୟନ୍ତ ଟାଣିନେଲା କୁକୁର, ତା’ ପରେ…

ନଓ୍ଵାସହର (ପଞ୍ଜାବ): ପଞ୍ଜାବର ନଓ୍ଵାସହରରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ୩ ବର୍ଷୀୟ ଶିଶୁ ଘର ବାହାରେ ଖେଳୁଥିବା ବେଳେ ପଡ଼ୋଶୀଙ୍କ ପୋଷା କୁକୁରର ଶିକାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ପରେ ଶିଶୁଟିର ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ହାତ ଏବଂ ଗୋଡ଼ରୁ କୁକୁରଟି ମାଂସ ନେଇ ଯାଇଥିବା ଜଣାପଡ଼ିଛି ।

bhaskar.com

ସୂଚନା ମୁତାବକ, ପୀଡ଼ିତ ହର୍‌ଜୋତ କୁମାର ଘର ବାହାରେ ଖେଳୁଥିବା ବେଳେ ପଡ଼ୋଶୀ ସନ୍ଦୀପ ନିଜ ପୋଷା କୁକୁରକୁ ହର୍‌ଜୋତଙ୍କ ଆଡ଼କୁ ହାତ ଦେଖାଇ ଛାଡ଼ି ଦେଇଥିଲେ । ମାଲିକର ଇଶାରା ପାଇ କୁକୁରଟି ଦୌଡ଼ି ଆସି ହର୍‌ଜୋତଙ୍କୁ ଆକ୍ରମଣ କରିଥିଲା । କୁକୁରଟି ହର୍‌ଜୋତ୍‌ଙ୍କ ହାତକୁ କାମୁଡ଼ି ୫୦ ମିଟର ପର୍ଯ୍ୟନ୍ତ ଟାଣି ନେବା ପରେ ତାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଆସିବା ସହ କୁକୁରକୁ ମାଡ଼ ମାରି ହର୍‌ଜୋତଙ୍କୁ ବଞ୍ଚାଇଥିଲେ । କିନ୍ତ ସେତେବେଳକୁ କୁକୁରଟି ହର୍‌ଜୋତଙ୍କ ହାତ ଏବଂ ଗୋଡ଼ରୁ ମାଂସ ନେଇ ସାରିଥିଲା । ଗୁରୁତର ଅବସ୍ଥାରେ ହର୍‌ଜୋତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ବୁଲି ବ୍ଲେ୍‌ଟର ପ୍ରଜାତିର କୁକୁରକୁ ରଖିବା ସହ ଏଭଳି ଖୋଲା ଛାଡ଼ିଥିବାରୁ ସନ୍ଦୀପଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି ।

ସମ୍ବନ୍ଧିତ ଖବର