ସ୍ୱାମୀର ରଙ୍ଗ କଳା ଥିବାରୁ ବିବାହର ଦୁଇ ବର୍ଷ ପରେ ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ

ବରେଲି : ସ୍ୱାମୀର ରଙ୍ଗ କଳା ହୋଇଥିବାରୁ ରାଗରେ ସ୍ତ୍ରୀ ନିଜ ସ୍ୱାମୀକୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସ୍ୱାମୀ ଶୋଇଥିବା ବେଳେ ସ୍ତ୍ରୀ ସ୍ୱାମୀ ଦେହରେ ନିଆଁ ଲଗାଇ ଦେଇଥିଲେ । ଯାହା ପରେ ପୀଡ଼ିତଙ୍କ ମୃତ୍ୟୁ ହୋଇଥିଲା । ଘଟଣାଟି ସୋମବାର ଘଟିଥିବା ବେଳେ ଅଭିଯୁକ୍ତ ପତ୍ନୀଙ୍କ ଗୋଡ଼ ମଧ୍ୟ ଜଳି ଯାଇଥିବା କହିଛି ପୁଲିସ ।

India TV

ମୃତକ ସତ୍ୟବୀରଙ୍କ ଭାଇ ହର୍‌ବୀରଙ୍କ କହିବା ଅନୁଯାୟୀ, ବିବାହ ପରେ ମଧ୍ୟ ମୋ ଭାଉଜ ଭାଇଙ୍କ କଳା ରଙ୍ଗ ପାଇଁ ତାଙ୍କୁ ପସନ୍ଦ କରୁ ନଥିଲେ । ଦୁହିଁଙ୍କର ୫ମାସର ଝିଅ ଥିଲେ ମଧ୍ୟ ବିବାହ ପରେ ଦୁହେଁ ସବୁବେଳେ ଝଗଡ଼ା କରି ଆସୁଥିଲେ । କିନ୍ତୁ ଦୁହିଁଙ୍କ ଝଗଡ଼ାର ଅନ୍ତ ଏଭଳି ହେବ ଜଣା ନଥିଲା । ଭାଇ ଶୋଇଥିବା ସମୟରେ ଭାଉଜ ହଠାତ୍‌ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କହିଛନ୍ତି ହର୍‌ବୀର । ଏ ନେଇ ପୁଲିସ ଅଭିଯୁକ୍ତ ବିରୋଧରେ ଏତଲା ରୁଜୁ କରି ତାଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର