ବାପାଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗିପଡ଼ିଥିବା ଝିଅ ନିଜ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା କଲା

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ଝିଅ ତାର ପିତାଙ୍କ ମୃତ୍ୟୁ ଖବରକୁ ଶୁଣି ଦୁଃଖରେ ଏପରି ଭାବେ ଭାଙ୍ଗି ପଡ଼ିଥିଲେ ଯେ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ଯୁବତୀଙ୍କ ନାମ କବିତା ସୋନି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭୋପାଳର କୋଲାର ରୋଡରେ ବସବାସ କରୁଥିବା କବିତା ସୋନି ନାମକ ଯୁବତୀ କିରୋସିନ ଢ଼ାଳି ଗତ ମଙ୍ଗଳବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବତୀଙ୍କ ପିତାଙ୍କ ମୃତ୍ୟୁ ୨୧ମାସ ତଳେ ହୋଇଥିଲା। ସେ ଯେତେବେଳେ ତାଙ୍କ ପିତାଙ୍କ ମୃତ୍ୟୁ ଖବର ଶୁଣିଥିଲେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ।

सांकेतिक तस्वीर
ଏହି ଘଟଣାକୁ ନେଇ ଥାନାଧିକାରୀ ସୁଧୀର ଅର୍ଜାରିୟା କହନ୍ତି, ୨୮ବର୍ଷୀୟ କବିତାଙ୍କ ପିତାଙ୍କ ୨୦ଜାନୁଆରୀ ୨୦୧୯ରେ ମୃତ୍ୟୁ ହୋଇଥିଲା। ପିତାଙ୍କ ମୃତ୍ୟୁ ପରେପରେ କବିତା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଗତ ମଙ୍ଗଳବାର ହଠାତ କବିତାଙ୍କ ତାଙ୍କ ପିତାଙ୍କ କଥା ବହୁତ ମନେ ପଡ଼ିଥିଲା। ମନକୁ ବୁଝାଇ ନପାରି କବିତା କାହାକୁ କିଛି ନକହି ଗତ ମଙ୍ଗଳବାର ନିଜ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା କରିଥିଲେ। ପଡ଼ିଶାଘର ଲୋକ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନା ନେଇଥିଲେ ହେଁ ସେଠାରେ ଡାକ୍ତର କବିତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର