ଫୋନରେ ବାପା ମୋତେ ଏଠୁ ନେଇ ଯାଅ ନ ହେଲେ ଏମାନେ ମୋତେ ମାରିଦେବେ ବୋଲି କହୁଥିଲା ଝିଅ, ଶେଷରେ ଜିଅନ୍ତା ଜାଳିଦେଲେ ଶାଶୁଘର ଲୋକ !

ବକ୍ସାର(ବିହାର) : ବିହାରରେ ବିବାହର ୧୧ବର୍ଷ ପର୍ଯ୍ୟନ୍ତ ପିଲା ଜନ୍ମ ନ ହେବାରୁ ଘରର ବୋହୂକୁ ଜିଅନ୍ତା ଜାଳି ଦେଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୧୧ବର୍ଷ ପର୍ଯ୍ୟନ୍ତ ସନ୍ତାନ ଜନ୍ମ ନ କରିପାରିବାରୁ ପୀଡ଼ିତାଙ୍କ ଉପରେ ତାଙ୍କ ଶାଶୁ ଘର ଲୋକେ ଅତ୍ୟାଚାର କରି ଆସୁଥିଲେ । ଏ ନେଇ ପୀଡ଼ିତା ଜଣଙ୍କ ନିଜ ଘରେ ମଧ୍ୟ ଜଣାଇଥିଲେ । କିନ୍ତୁ ଶେଷରେ ତାଙ୍କୁ ନିଜର ଜୀବନ ହାରିବାକୁ ପଡ଼ିଥିଲା । ପୀଡ଼ିତା ମା’ ନହେବା ପଛର କାରଣ ସ୍ୱାମୀ ହୋଇ ମଧ୍ୟ ଶାଶୁ ଘର ଲୋକେ ନିଜ ପୁଅର ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲେ । ପୀଡ଼ିତା ଜଣଙ୍କ ଦ୍ୱିତୀୟ ବିବାହରେ କଣ୍ଟା ସାଜୁଥିବାରୁ ତାଙ୍କୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି ।

deshbandhu.co.in

ସୂଚନା ମୂତାବକ,୨୦୦୭ରେ କ୍ରିଷ୍ଣାବ୍ରାହ ଥାନା ଅଞ୍ଚଳରେ ରହୁଥିବା ସିଦ୍ଧନାଥ ରାୟଙ୍କ ଝିଅ ମଧୁରଙ୍କ ବିବାହ ସତିଶ୍‌ଙ୍କ ସହ ହୋଇଥିଲା । ବିବାହ ପରେ ପରେ ସବୁ କିଛି ଠିକ୍‌ ଥିବା ବେଳେ ବର୍ଷେ ପରେ କୌଣସି ସନ୍ତାନ ଜନ୍ମ ନ ହେବାରୁ ଶାଶୁଘର ଲୋକେ ମଧୁଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଥିଲେ । ପ୍ରତିଦିନ ମଧୁଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ଲୋକେ ତାଙ୍କୁ ଶାରୀରିକ ଏବଂ ମାନସିକ ସ୍ତରରେ ନିର୍ଯାତନା ଦେଉଥିଲେ । ଏହି ଘଟଣାକୁ ନେଇ ମଧୁ ପରିବାର ଲୋକଙ୍କୁ ଜଣାଇବା ପରେ ଏ ନେଇ ଅନେକ ଥର ପଞ୍ଚାୟତରେ ବୈଠକ ମଧ୍ୟ ବସିଥିଲା । କିନ୍ତୁ ତାହାର କୌଣସି ଲାଭ ମିଳି ନ ଥିଲା । ୧୧ବର୍ଷ ପର୍ଯ୍ୟନ୍ତ ସନ୍ତାନ ଜନ୍ମ ନ ହେବାରୁ ସତିଶ୍‌ଙ୍କ ଦ୍ୱିତୀୟ ବିବାହ କରିବା ପାଇଁ ମନସ୍ଥ କରିଥିଲେ ମଧୁଙ୍କ ଶାଶୁଘର ଲୋକେ । ପୁଅର ପ୍ରଜନନ କ୍ଷମତା ନାହିଁ ବୋଲି ଜାଣି ମଧ୍ୟ ଶାଶୁ ଘର ଲୋକେ ନିଜ ପୁଅର ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲେ । ଏଥିରେ ମଧୁ ରାଜି ନ ହେବାରୁ ତାଙ୍କୁ ଜିଅନ୍ତା ଜାଳି ଦେଲେ ଶାଶୁଘର ଲୋକେ । ଏ ନେଇ ସତିଶ୍‌ଙ୍କ ପଡ଼ୋଶୀ ମଧୁଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ପ୍ରଥମେ ସେ ଏହାକୁ ବିଶ୍ୱାସ କରି ନଥିଲେ । ଖବର ପାଇ ମଧୁଙ୍କ ଶାଶୁ ଘରେ ପହଞ୍ଚିବା ପରେ ଘରର ସମସ୍ତେ ସଦସ୍ୟ ଫେରାର ଥିବା ବେଳେ ମଧୁଙ୍କ ଫୋନ ବନ୍ଦ ଆସିଥିଲା । ଏ ନେଇ ମଧୁଙ୍କ ବାପା ଏତଲା ଦେବା ପରେ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର