ଏହି କାରଣ ପାଇଁ କ୍ରାଇମ୍‌ ପାଟ୍ରୋଲ ଦେଖି ଶାଶୁକୁ ହତ୍ୟା କଲା ବୋହୂ

ଜୟପୁର : ଜୟପୁରରେ ଚାଞ୍ଚଲ୍ୟ ଖେଳାଇ ଦେବା ଭଳି ଏକ  ଘଟଣା ଘଟିଛି । ଶାଶୁ ସହ ସବୁ ବେଳେ ଝଗଡ଼ା ହେଉଥିବାରୁ ବୋହୂ ତକିଆରେ ମୁହଁ ଚିପି ଶାଶୁକୁ ହତ୍ୟା କରିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଅଭିଯୁକ୍ତ ମହିଳାଙ୍କୁ ହତ୍ୟା କରିବାରେ ତାଙ୍କର ଜଣେ କିନ୍ନର ବନ୍ଧୁ ସାହାଯ୍ୟ କରିଥିବା ବେଳେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ନେଇଥିବା ଜଣାପଡ଼ିଛି ।

oneindia.com

ପୁଲିସ ଦେଇଥିବା ସୂଚନା ମୁତାବକ, ୩ ବର୍ଷ ପୂର୍ବେ ଉତ୍ତରାଖଣ୍ଡରେ ରହୁଥିବା ଅଭିଯୁକ୍ତ ମହିଳା ପ୍ରି୍ରୟଙ୍କାଙ୍କ ବିବାହ ଜୟପୁରରେ ବୀଣା ଦେବୀଙ୍କ ପୁଅ ସଞ୍ଜୟଙ୍କ ସହ ହୋଇଥିଲା । ସଞ୍ଜୟ ପୋଲିଓ ରୋଗୀ ହୋଇଥିବା ବେଳେ ପ୍ରିୟଙ୍କାଙ୍କର ଏହା ଦ୍ୱିତୀୟ ବିବାହ ଥିଲା । କିନ୍ତୁ ବିବାହ ପରେ ଶାଶୁ ବୀଣା ଦେବୀଙ୍କ ସହ ତାଙ୍କ ସଂପର୍କ ଭଲ ନଥିଲା । ବୀଣା ଦେବୀ ପ୍ରିୟଙ୍କାଙ୍କୁ ଘର ବାହାରକୁ ଯିବାକୁ ନ ଦେବା ସହ କାହା ସହ କଥା ହେବାକୁ ମଧ୍ୟ ଦେଉ ନଥିଲେ । ଏହା ସହ ୩ବର୍ଷ ପର୍ଯ୍ୟନ୍ତ ସେ ପ୍ରିୟଙ୍କାଙ୍କୁ ନିଜ ବାପ ଘରକୁ ମଧ୍ୟ ଯିବାକୁ ଦେଇ ନଥିଲେ । ଏତେ ସବୁ ହେବା ପରେ ପ୍ରିୟଙ୍କା ନିଜର ପଡ଼ୋଶୀ କିନ୍ନର ସୁଜିତ୍‌ ଓରଫ ସୁନୀତାଙ୍କ ସହାଯ୍ୟ ନେଇ ଏପ୍ରିଲ ୨୮ରେ ନିଜ ଶାଶୁଙ୍କୁ ହତ୍ୟା କରିଥିଲେ । ବୀଣା ଦେବୀଙ୍କ ମୁହଁରେ ତକିଆ ଦେଇ ପ୍ରିୟଙ୍କା ଏବଂ ସୁନୀତା ଦୁହେଁ ତାଙ୍କୁ ହତ୍ୟା କରିଥିଲେ । କ୍ରାଇମ ପାଟ୍ରୋଲ ଦେଖି ପ୍ରିୟଙ୍କା ଏଭଳି ଷଡ଼ଯନ୍ତ୍ର କରିଥିଲେ ବୋଲି କହିଛି ପୁଲିସ ।

ସମ୍ବନ୍ଧିତ ଖବର