ଜନ୍ମ ହେବାର ୧୮ଘଣ୍ଟା ମଧ୍ୟରେ ନବଜାତ ଶିଶୁକୁ ଜିଅନ୍ତା ପୋତିଲା ମା’, କାନ୍ଦ ଶୁଣି ମାଟି ତାଡ଼ି ବଞ୍ଚାଇଲା ୧୬ ବର୍ଷିୟ ନାବାଳିକା
ଡ଼ୁଙ୍ଗରପୁର୍ : ଜୟପୁରରେ ଥିବା ଡ଼ୁଙ୍ଗରପୁର ସହରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ମା’ ନିଜ ୧୮ଘଣ୍ଟାର ଶିଶୁକୁ ଜିଅନ୍ତା ପୋତି ଦେଇଥିବା ଖବର ଏବେ ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଜନ୍ମ କଲା ମା’ ନିଜ ଛୁଆକୁ ମାରିବାକୁ ଉଦ୍ୟମ କରିଥିବା ବେଳେ ସେହି ଅଞ୍ଚଳର ଜଣେ ନାବାଳିକା ନବଜାତ ଶିଶୁକୁ ଉଦ୍ଧାର କରିଥିବା ଜଣାପଡ଼ିଛି । କଥାରେ ଅଛି, ରଖେ ହରି,ମାରେ କିଏ । ଏହି କଥାଟି ଜୟପୁରରେ ଘଟିଥିବା ଘଟଣାଟି ପ୍ରମାଣ କରିଛି । ଉଦ୍ଧାର ପରେ ନବଜାତ ଶିଶୁକୁ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ଶିଶୁଟି ୧୫ରୁ ୧୮ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିବା ଡ଼ାକ୍ତର ଜଣାଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ,ଇନ୍ଦିରା କଲୋନି ପାଖରେ ଥିବା ଏକ ଜମିରେ ଜଣେ ମହିଳା ନିଜର ନବଜାତ ଶିଶୁକୁ ଆଣି ଜିଅନ୍ତା ପୋତି ଦେବା ସହ ତା’ ଉପରେ ପଥର ରଖି ଦେଇଥିଲେ । ସେହି ସମୟରେ ୧୬ ବର୍ଷିୟ ଲୀଲା କୌଣସି କାମରେ ଶିଶୁ ପୋତା ହୋଇଥିବା ସ୍ଥାନ ଆଡ଼କୁ ଯାଇଥିଲେ । ହଠାତ୍ କାହାର କାନ୍ଦ ଶୁଣି ସେ ଅଟକି ଯାଇଥିଲେ । ମାଟି ତଳୁ ଶବ୍ଦ ଆସୁଥିବାରୁ ଲୀଲା ମାଟି ଖୋଳିବା ପରେ ଭିତରେ ନବଜାତ ଶିଶୁ ଥିବାର ଦେଖିଥିଲେ । ଏହା ପରେ ସେ ତୁରନ୍ତ ଶିଶୁକୁ ଡ଼ାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ । ପୁଲିସକୁ ଏ ନେଇ ଖବର ମିଳିବା ପରେ ପୁଲିସ ପୂରା ଘଟଣା ବିଷୟରେ ଜାଣି ଅଭିଯୁକ୍ତ ମା’କୁ ଖୋଜିବା ଆରମ୍ଭ କରିଥିବା ଜଣାପଡ଼ିଛି ।