ନୂଆଦିଲ୍ଲୀ: ମା’ ଝିଅର ସମ୍ପର୍କ ଏକ ମଧୁର ସମ୍ପର୍କଟିଏ। କିନ୍ତୁ ଜଣେ ମହିଳା ତାଙ୍କ ମା’ଙ୍କୁ ଛୁରୀ ସାହାଯ୍ୟରେ ୧୦୦ରୁ ଅଧିକ ଥର ଆକ୍ରମଣ କରି ହତ୍ୟା କରିଥିବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମହିଳା ଜଣକ ଏଥିପାଇଁ ୭ଟି ଛୁରୀର ବ୍ୟବହାର କରିଥିଲେ।

Advertisment

୧୦୦ଥର ଆକ୍ରମଣ କରିବା ପରେ ମହିଳା ତାଙ୍କ ମା’ଙ୍କ ଗଳାକାଟି ଅଲଗା କରି ଦେଇଥିଲେ। ତେବେ ଏହି ଘଟଣାରେ ମା’ ହତ୍ୟାକାରୀ ଝିଅଙ୍କୁ ୨୧ବର୍ଷର ଜେଲଦଣ୍ଡର ଶୁଣାଣି କରାଯାଇଥିଲା। ଜେଲରେ ବନ୍ଦୀ ଥିବା ବେଳେ ମହିଳା ଜେଲକର୍ମଚାରୀଙ୍କ ଉପରେ ଆକ୍ରମଣ କରି ତାଙ୍କ କେଶ ଟାଣି ଓପାଡ଼ି ଦେଇଥିବା ଜଣାପଡ଼ିଛି।

ଅଷ୍ଟ୍ରେଲିଆର ସିଡନିରେ ରହୁଥିବା ଜେସିକା କ୍ୟାମିଲରି ୨୦୧୯ରେ ଅତି ନିର୍ମମ ଭାବେ ମା’ ରୀତାଙ୍କୁ ହତ୍ୟା କରିଥିଲେ। ନିକଟରେ ଖବର ଆସିଛି କି ଜେଲରେ ସେ ଦଣ୍ଡ କାଟୁଥିବା ବେଳେ ୨ଜଣ ଜେଲ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ଡିସେମ୍ବର ୨୧ ତାରିଖରେ ବରବୁଡ଼ ଲୋକଲ କୋର୍ଟରେ ଭିଡିଓ କନଫରେନ୍ସ କରି ତାଙ୍କୁ ହାଜର କରାଯାଇଥିଲା। ‌ଏହି ହାଜର ସମୟରେ ସେ ନିଜ ଦୋଷକୁ ସ୍ବୀକାର କରିଥିଲେ।

ଏହି ସମୟରେ କୋର୍ଟ ତାଙ୍କୁ ଜେଲ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ନେଇ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାର ଆଗାମୀ ଶୁଣାଣି ଫେବ୍ରୁଆରି ୨୩ରେ ହେବ ବୋଲି କୁହାଯାଇଛି।