କାନ୍ନାଉଜ: ଉତ୍ତରପ୍ରଦେଶର କାନ୍ନାଉଜ ଜିଲ୍ଲା ତିର୍ବା ତହସିଲ ସମ୍ମୁଖରେ ଥିବା ମନ୍ଦିର ପାଖ ବୁଦାରୁ ଏକ ନବଜାତ ଶିଶୁକୁ ଜଣେ ବୃଦ୍ଧ ଉଦ୍ଧାର କରିଛନ୍ତି। ବୃଦ୍ଧ ନବଜାତ ଶିଶୁକୁ ଉଦ୍ଧାର କରିବା ପରେ ତିନି ଘଣ୍ଟା ଧରି ପଞ୍ଚାୟତ ବସିଥିଲା। ଏହାପରେ ଯାଇ ଚିକିତ୍ସା ପାଇଁ ନବଜାତ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
/sambad/media/post_attachments/wp-content/uploads/2018/01/05-1515139392-child1-300x225.jpg)
ସୂଚନାଯୋଗ୍ୟ, କାନ୍ନାଉଜ ଜିଲ୍ଲା ତିର୍ବା ତହସିଲ ସମ୍ମୁଖରେ ଥିବା ଶିବ ମନ୍ଦିର ପାଖରେ ହରିହରପୁର ଗ୍ରାମର ଜଣେ ଅଧିବାସୀ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଏକ ଛୋଟ ଛୁଆର କାନ୍ଦିବା ସ୍ୱର ସେ ଶୁଣିବାକୁ ପାଇଥିଲେ। କାନ୍ଦ ସ୍ୱର କେଉଁଠାରୁ ଶୁଣାଯାଉଛି ବୋଲି ଖୋଜି ଖୋଜି ସେ ଏକ ବୁଦା ପାଖରେ ଆସି ପହଞ୍ଚିଥିଲେ। ସେ ସେଠାରେ ଯାହା ଦେଖିଥିଲେ ତାଙ୍କ ଲୋମ ମୂଳ ଟାଙ୍କୁରି ଉଠିଥିଲା। ସେ ଏକ ନବଜାତ ଶିଶୁକୁ ବୁଦା ଭିତରୁ କୁକୁରମାନେ ଟାଣୁଥିବାର ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଶିଶୁଟିକୁ କୁକୁର ମୁହଁରୁ ବଞ୍ଚାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ।
/sambad/media/post_attachments/wp-content/uploads/2018/01/05-1515139400-child2-300x225.jpg)
ତେବେ ଶିଶୁଟି କାହାର, କିଏ ଏପରି କରି ପାରେ? ତେବେ ଏବେ ଏହାର ଲାଳନପାଳନ କିଏ କରିବ ସେନେଇ ତିନି ଘଣ୍ଟା ଧରି ଗ୍ରାମରେ ପଞ୍ଚାୟତ ବସିଥିଲା। ଏହାପରେ ଶିଶୁଟିକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଯାବତ୍ ଶିଶୁଟି କାହା ପାଖରେ ରହିବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ପଞ୍ଚାୟତ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/4564944200000578-4985150-image-m-135_1508163483795.jpg)