ବେତନଟୀ (ଦୀପକ କୁମାର ସିଂହ): ସ୍ପଷ୍ଟ ଦିବାଲୋକରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ। ବରିଷ୍ଠ ସମାଜସେବୀ ଇନ୍ଦ୍ରମଣି ମହାପାତ୍ରଙ୍କ ଘରେ ଦୁର୍ବୁତ୍ତମାନେ କଳାକନା ବୁଲାଇଛନ୍ତି। ଘରେ ତାଲା ମାରି ଗାଁ ମୁଣ୍ଡ ସମ୍ପର୍କୀୟଙ୍କ ଦଶାହକୁ ଯାଇଥିବା ବେଳେ ଅସାମାଜିକ ବ୍ୟକ୍ତିମାନେ ପୂର୍ବ ଯୋଜନା ଅନୁସାରେ ଏହି କାମ କରିଛନ୍ତି। ଗଡ଼ରେଜ ତାଲା ଭାଙ୍ଗି ଲୁଟି ନେଇଛନ୍ତି ନଗଦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ଅଳଙ୍କାର। 

Advertisment

ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱ ରଙ୍ଗାମାଟିଆ ଛକ ନିକଟରେ ଥିବା ଉକ୍ତ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଇନ୍ଦ୍ରମଣି ମହାପାତ୍ରଙ୍କ ଘର ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତl ଇନ୍ଦ୍ରମଣି ମହାପାତ୍ର ଓ ତାଙ୍କ ପରିବାର ବର୍ଗ ବୈଶିଙ୍ଗା ଅଞ୍ଚଳର ତାଙ୍କର ଜଣେ ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗଦେବାକୁ ସକାଳ ପ୍ରାୟ ୧୦ଟା ବେଳେ ଘରେ ତାଲା ମାରି ଯାଇଥିଲେ।

ଆହୁରି ପଢ଼ନ୍ତୁ: Jewellery loot case: ଜୁଏଲାରି ଲୁଟ୍‌ ମାମଲା, ସୁନା ବନ୍ଧକ ରଖି ନେଇଥିଲା ୨.୨ ଲକ୍ଷ

ତେବେ ଦିନ ପ୍ରାୟ ୩ଟା ସମୟରେ ଘରକୁ ଫେରି ଦେଖିବାକୁ ପରିବାର ଲୋକ ଦେଖିବାକୁ ପାଇଥିଲେ ଯେ, ଦୁର୍ବୃତ୍ତମାନେ ଘର ମୁଖ୍ୟ କବାଟ ତାଲା ଭାଙ୍ଗି ଭିତରେ ପଶି ଶୋଇବା ଘର ଗୁଡ଼ିକରେ ଥିବା ଏକାଧିକ ଗଡ଼ରେଜ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାରୂପା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟି ନେଇଛନ୍ତିl ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛିl