ମହଙ୍ଗା ପଡ଼ିଲା ଅନ୍‌ଲାଇନ୍‌ ପ୍ରେମ: ପ୍ରେମିକକୁ ଭେଟିବାକୁ ଯାଇଥିଲେ, ଖଣ୍ଡ ଖଣ୍ଡ ହୋଇ ଫେରିଲେ

ନୂଆଦିଲ୍ଲୀ: ଲଭ୍‌-ସେକ୍ସ-ଧୋକା ଆଜିକାଲିକା ସମାଜ ପାଇଁ ଏକ ସାଧାରଣ କଥା ପାଲଟି ଗଲାଣି। କେବଳ ଧୋକା ନୁହେଁ, ବେଳେ ବେଳେ ଏହି ପରି ସଂପର୍କ ହତ୍ୟାର ବି କାରଣ ପାଲଟୁଛି। ଆମେ କହୁଛୁ ଜଣେ ୫୨ ବର୍ଷୀୟ ମହିଳାଙ୍କ ବିଷୟରେ। ଯିଏକି ନିଜ ପ୍ରେମିକଙ୍କୁ ଭେଟିବାକୁ ୫ ହଜାର କିଲୋମିଟର୍‌ ପଥ ଅତିକ୍ରମ କରି ଗଲା ପରେ ଉପହାରରେ ତାଙ୍କୁ ମିଳିଲା ମୃତ୍ୟୁ। ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଦିଆଗଲା।

ସୂଚନାନୁସାରେ, ମେକ୍ସିକୋରେ ରହୁଥିବା ଏହି ୫୨ ବର୍ଷୀୟା ମହିଳା ଜଣକ ହେଉଛନ୍ତି ବ୍ଲେକା ଅରେଲାନୋ। ସେ ୩୭ ବର୍ଷୀୟ ଜୁଆନଙ୍କ ସହ ଅନ୍‌ଲାଇନ୍‌ରୁ ଚିହ୍ନିବା ପରେ ସଂପର୍କରେ ଥିଲେ। କିଛି ମାସ ଅନ୍‌ଲାଇନ୍‌ ଜରିଆରେ କଥା ହେବା ପରେ ବ୍ଲେକା ଜୁଆନଙ୍କୁ ଭେଟିବାକୁ ୫ ହଜାର କିଲୋମିଟର ପଥ ଅତିକ୍ରମ କରି ହୁଆଚୋରେ ପହଞ୍ଚିଥିଲେ।

ନଭେମ୍ବର ୭ ତାରିଖରେ ଜୁଆନଙ୍କୁ ଭେଟିଥିଲେ ବ୍ଲେକା। ଏପରିକି ଏ ସଂପର୍କରେ ସେ ନିଜ ପରିବାର ଲୋକଙ୍କୁ ବି ଜଣାଇଥିଲେ। ସେ ଶେଷ ଥର ପାଇଁ ତାଙ୍କ ଝିଆରୀ କାର୍‌ଲା ଅରେଲାନାଙ୍କ ସହ କଥା ହୋଇଥିବା ବେଳେ ଆଉ ତାଙ୍କ ପକ୍ଷରୁ ଯୋଗାଯୋଗ ହୋଇନଥିଲା। ୧ ସପ୍ତାହ ପର୍ଯ୍ୟନ୍ତ ସେ କୌଣସି ପ୍ରକାରର ଯୋଗାଯୋଗ ନକରିବାରୁ ପରିବାର ଲୋକ ବ୍ୟସ୍ତ ହୋଇପଡ଼ିଲେ। ତାପରେ ସେମାନେ ପୁଲିସ୍‌ରେ ଅଭିଯୋଗ କଲେ। ପୁଲିସ୍‌ ଘଟଣାର ତଦନ୍ତ କରି ବ୍ଲେକାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଥିବା ତାଙ୍କ ପ୍ରେମିକ ଜୁଆନାକୁ ଧରିବାରେ ସମର୍ଥ ହୋଇଛି।

ସମ୍ବନ୍ଧିତ ଖବର